ସିଲ୍‌ ହେଲା ଓୟୁଏଟି କୁକୁଡା ଫାର୍ମ

ଭୁବନେଶ୍ୱର,୪।୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକୁଡ଼ା ଫାର୍ମ ମଙ୍ଗଳବାର ସିଲ୍‌ କରାଯାଇଛି। ବାର୍ଡ ଫ୍ଲୁ ଯୋଗୁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୩ ମାସ ପାଇଁ ଏହାକୁ ସିଲ୍‌ କରାଯାଇଛି। ପ୍ରତି ୧୫ଦିନ ଅନ୍ତରରେ ଫାର୍ମକୁ ବିଶୋଧନ କରାଯିବ। ବର୍ଷେ ପର୍ଯ୍ୟନ୍ତ ଫାର୍ମରେ କୁକୁଡା ପ୍ରଜନନ ହେବନାହିଁ ବୋଲି ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ସୂଚନା ଦେଇଛନ୍ତି। ଫାର୍ମ ସିଲ୍‌ ସମୟରେ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ, ଖୋର୍ଦ୍ଧା ସିଡିଭିଓ, କେନ୍ଦ୍ରୀୟ ଟିମ ପ୍ରତିନିଧି ଏବଂ ଓୟୁଏଟି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ସ୍ପଷ୍ଟ ହେବା ପରେ ସେଠାରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିଲା।