ସିଲେକ୍ଟିଭ୍‌ ତବୁ, ୨୦ ଫିଲ୍ମ ରିଜେକ୍ଟ କରିବା ପରେ ରିଲିଜ୍‌ ହୋଇଥିଲା ୮ଟି ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ

ବଲିଉଡ୍‌ ଅଭିନେତ୍ରୀ ତବୁଙ୍କ ଅଭିନୀତ ଫିଲ୍ମ ‘ ଦେ ଦେ ପ୍ୟାର୍‌ ଦେ’ ଏହି ନିକଟରେ ମୁକ୍ତିଲାଭ କରିଛି। ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ସମୀକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଛନ୍ତି। ତବୁ କ୍ୟାରିୟର ଆରମ୍ଭରୁ ଫିଲ୍ମକୁ ନେଇ ବହୁତ ସିିଲେକ୍ଟିଭ୍‌। ଭଲ ଚରିତ୍ରଟିଏ ପାଇବା ପାଇଁ ସେ ଅନେକ ସିନେମାକୁ ହାତଛଡ଼ା କରିଛନ୍ତି। ନିଜେ ତବୁ ଏହି କଥାକୁ ସ୍ବୀକାର କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ୧୯୯୬ରେ ବ୍ୟାକ୍‌ ଟୁ ବ୍ୟାକ୍‌ ୮ଟି ଫିଲ୍ମ ତାଙ୍କର ରିଲିଜ୍‌ ହୋଇଥିଲା। ତାହା ପୁଣି ୨୦ଟି ଫିଲ୍ମ ରିଜେକ୍ଟ କରିବା ପରେ। କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଗୋଟିଏ ପ୍ରମୁଖ କାରଣ ରହିଥିବା ଦରକାର। ତାହା ଭଲ କାହାଣୀ ଅବା ଅର୍ଥ ପାଇଁ ହେଉ। ତାଙ୍କର ଏହି ନିୟମ ଆଗରୁ ଥିଲା ଏବେ ମଧ୍ୟ ରହିଛି ବୋଲି ତବୁ କହିଛନ୍ତି।

Share