Categories: ଖେଳ

ସିରିଜ୍‌ ଜିତିବା ସତ୍ତ୍ୱେ ବଢିଲା ରୋହିତଙ୍କ ଟେନସନ୍‌

ଗୁଆହାଟି,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଭାରତ କବଜା କରିଛି। ତେବେ ଏହି ବିଜୟ ପରେ ମଧ୍ୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଦଳର ଡେଥ୍‌ ଓଭର ବୋଲିଂକୁ ନେଇ ଟେନସନରେ ଅଛନ୍ତି।
ଗୁଆହାଟୀରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ଜିତିବା ପରେ ରୋହିତ ଶର୍ମା ଡେଥ୍‌ ବୋଲିଂ ବିଷୟରେ କହିଛନ୍ତି, ସତ କହିବାକୁ ଗଲେ ଏହି ବିଭାଗରେ ଟିକିଏ ଚିନ୍ତା ଅଛି କାରଣ ଆମେ ଭଲ ବୋଲିଂ କରୁନାହୁଁ। ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜ୍‌ ସଦୃଶ। ଆଶା ଆମେ ଆଗକୁ ଭଲ ପ୍ରଦର୍ଶନ କରିବୁ।
ଗୁଆହାଟି ଟି-୨୦ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଟପ ଏବଂ ମଧ୍ୟମ ଅର୍ଡରର ବିସ୍ଫୋରକ ବ୍ୟାଟିଂ ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ତିନିଟି ଉଇକେଟ ହରାଇ ମୋଟ ୨୩୭ ରନ ସଂଗ୍ରହ କରିଥିଲା। କେଏଲ ରାହୁଲ (୫୭), ରୋହିତ ଶର୍ମା (୪୩), ବିରାଟ କୋହଲି (୪୯) ଏବଂ ସୂର୍ଯ୍ୟକୁମାର ଯାଦବ (୬୧) ଚମତ୍କାର ଇନିଂସ ଖେଳିଥିଲେ। ଏହାର ଜବାବରେ, ଡେଭିଡ ମିଲର (୧୦୬) ଏବଂ କ୍ୱିଣ୍ଟନ ଡି କକ (୬୯) ଙ୍କ ଇନିଂସ ସତ୍ୱେ ଦକ୍ଷିଣ ଆଫ୍ରିକା  ଟାର୍ଗେଟରୁ ୧୬ ରନ ଦୂରରେ ରହିଯାଇଥିଲା ।

Share