ସିରିଆରେ ଭୟଙ୍କର ବିସ୍ଫୋରଣ

ସିରିଆ,୩।୬: ସିରିଆ ଉତ୍ତର ପଶ୍ଚିମ ସହର ଅଜାଜରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋଟକ ସାମଗ୍ରୀରେ ଭର୍ତ୍ତି ଥିବା କାର ଜନଗହଳିପୂର୍ଣ୍ଣ ସ୍ଥାନରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଜନଗହଳିପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

Share