Categories: ଜାତୀୟ

ସିବିଏସ୍‌ଇ ବିଦ୍ୟାଳୟ ପରିସର ହେବ ‘କ୍ରୋଧ ମୁକ୍ତ ଅଞ୍ଚଳ’

ନୂଆଦିଲ୍ଲୀ,୨୮।୧୨: ଏଣିକି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟ ପରିସର ‘କ୍ରୋଧ ମୁକ୍ତ ଅଞ୍ଚଳ’ରେ ପରିଣତ ହେବ। ବିଦ୍ୟାଳୟ ପରିସରରେ ଶିକ୍ଷୟିତ୍ରୀ,ଶିକ୍ଷକ ଏବଂ ଛାତ୍ରୀଛାତ୍ର କେହି ମଧ୍ୟ କ୍ରୋଧ ପ୍ରକାଶ କରିବେ ନାହିଁ। ଏହା ଦ୍ୱାରା ଛାତ୍ରୀଛାତ୍ରଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ବୋର୍ଡ ସଚିବ ଅନୁରାଗ ତ୍ରିପାଠୀ ସୂଚନା ଦେଇଛନ୍ତି। ଏସମ୍ପର୍କିତ ନିର୍ଦ୍ଦେଶ ସମସ୍ତ ବିଦ୍ୟାଳୟ ପଠାଇ ଦିଆଯାଇଛି। ସେହିପରି ଛାତ୍ରୀଛାତ୍ରଙ୍କ ବିକାଶ ପାଇଁ ପ୍ରତିଦିନ ଗୋଟିଏ ପରିୟଡ୍‌ରେ ବାଧ୍ୟତାମୂଳକ ଭାବେ ସ୍ବାସ୍ଥ୍ୟ ସମ୍ପର୍କିତ ବିଷୟ ପଢ଼ାଯିବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି।

Share