Categories: ଜାତୀୟ

ସିବିଆଇ ପକ୍ଷରୁ ନିଜର ୧୯ ଉଚ୍ଚ ଅଧିକାରୀଙ୍କ ବିରୋଧରେ ଅଣାଯାଇଛି ଦୁର୍ନୀତି ଅଭିଯୋଗ: ସରକାର

ନୂଆଦିଲ୍ଲୀ,୨୪।୭: ସିବିଆଇ ପକ୍ଷରୁ ନିଜ ଉଚ୍ଚ ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ଅଣାଯାଇଛି। ଗତ ୩ ବର୍ଷ ମଧ୍ୟରେ ୧୯ ଜଣ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି। ଏସମ୍ପର୍କରେ ବୁଧବାର ସରକାର ଲୋକ ସଭାରେ ଉତ୍ତର ରଖିଛନ୍ତି। ଏସବୁ ଅଧିକାରୀଙ୍କ ପାଖରେ ଆୟ ତୁଳନାରେ ଅଧିକ ଅର୍ଥ ମହଜୁଦ୍‌ ଥିବା ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା କୁହାଯାଉଛି।

Share