ସିପିଆଇ ପକ୍ଷରୁ ବିଦ୍ୟୁତ ଅଫିସ ଘେରାଉ

ରମ୍ଭା,୨୨।୪: ରାଜ୍ୟରେ ବିଦ୍ୟୁତ ଆବଣ୍ଟନ ଓ ଟାଟା ପାୱାରର ଲୁଚକାଳି ଖେଳକୁ ନେଇ ରାଜ୍ୟ ସିପିଆଇର ଡାକରା କ୍ରମେ ରମ୍ଭା ଶାଖା ସିପିଆଇ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବିଦ୍ୟୁତ ଅଫିସ ଘେରାଉ କରାଯାଇଛି। ଶତାଧିକ ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ଆସି ବିଦ୍ୟୁତ୍‌ ଅଫିସ ବାହାରେ ପ୍ଲାକାର୍ଡ ସହ ସ୍ଲୋଗାନ ଦେଇଥିଲେ। ଅଫିସରେ ଏସ୍‌ଡିଓ ଅନୁପସ୍ଥିତ ଥିବାରୁ ଜୁନିଅର ଇଞ୍ଜିନିଅର ଅଜିତ କୁମାରଙ୍କୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରମ୍ଭା ଶାଖା ପକ୍ଷରୁ ପୂର୍ଣ୍ଣ ରଥଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ସମୟରେ ନବନିର୍ବାଚିତ ୧୨ନଂ କାଉନସିଲର କ୍ଷେତ୍ର ମୋହନ ବେହେରା, ୧୩ନଂ କାଉନସିଲର ପ୍ରତିନିଧି ନିରାକାର ବେହେରା ସମେତ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଯଦି ସେମାନଙ୍କ ଦାବି ଗୁଡ଼ିକୁ ପୂରଣ ନ କରାଯାଏ ତେବେ ଆଗାମୀ ମେ’ ମାସ ତୃତୀୟ ସପ୍ତାହରେ ଅଫିସ ସମ୍ମୁଖରେ ପୁନର୍ବାର ଗଣ ଆନ୍ଦୋଳନ କରାଯିବ ବୋଲି ପାର୍ଟି ପକ୍ଷରୁ ଚେତାବନୀ ଦିଆଯାଇଛି।