ସିନ୍ଧୁ ନଦୀରେ ବେକେ ପାଣିରେ ବୁଡ଼ି ଯୁବକ କଲେ ରିପୋର୍ଟିଂ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇସଲାମାବାଦ୍‌,୨୮।୭: ଏବେ ସୋସିଆଲ୍‌ ମିଡ଼ିଆରେ ରିପୋର୍ଟିଂ କରୁଥିବା ଜଣେ ଯୁବକଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ହେଉଛନ୍ତି ଅଜଦର ହୁସେନ୍‌। ସେ ପାକିସ୍ତାନର ଏକ ଚ୍ୟାନେଲ୍‌ ପାଇଁ ରିପୋର୍ଟର ଭାବେ କାର୍ଯ୍ୟ କରନ୍ତି। ସିନ୍ଧୁ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ରିପୋର୍ଟିଂ ସମୟରେ ସେ ବେକେ ପାଣିରେ ବୁଡ଼ିଛନ୍ତି। ତାଙ୍କର ରିପୋର୍ଟିଂ କରିବାର ଏଭଳି ଶୈଳୀ ବହୁ ଲୋକଙ୍କ ଦ୍ୱାରା ବେଶ୍‌ ଆଦୃତି ଲାଭ କରିଛି। ସମ୍ପୃକ୍ତ ଟିଭି ଚ୍ୟାନେଲ୍‌ ପକ୍ଷରୁ ଏହି ଭିଡ଼ିଓର ପ୍ରସାରଣ କରାଯାଇଛି। ଫଳରେ ରାତାରାତି ଅଜଦର ହିରୋ ପାଲଟି ଯାଇଛନ୍ତି।

Share