ସିନାପାଲି: ଉଦନ୍ତୀର ଦୁଇ କୂଳ ମୁକୁଳା :ବନ୍ୟା ଜଳରେ ତଟବର୍ତ୍ତୀ ଗଁ। କ୍ଷତିଗ୍ରସ୍ତ

ସିନାପାଲି,୭।୯(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲି ଦେଇ ପ୍ରବାହିତ ଉଦନ୍ତୀ ନଦୀରେ ବନ୍ୟା ଜଳ ଆସି ୨ କୂଳର ଅନେକ ଚାଷ ଜମି ନଷ୍ଟ ହେଉଥିବା ବେଳେ କେତକ ଗ୍ରାମ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ବର୍ଷା ଋତୁରେ ନଦୀରେ ବର୍ଷା ଜଳ ମାଡିଆସି ତଟବର୍ତ୍ତୀ ଗ୍ରାମଗୁଡିକ କରାଡୁଙ୍ଗିରୀ, ଡୁମେରବାହାଲି, ଗଡରାମାଲ, ଚଟିିଆଗୁଡା, ସାଗୁନଭାଡି, ସାଲେକେଲା, ବରଗଁା, କପିଆ, ଯୋଗୀବାହାଲ, ମଖାପଦର, ଲିଆଡ, ଚଲନା, କାପସୀ, ଯୁଗେନପଦର, ପଲସାପଡା, ସିନାପାଲି, ଖଲନା, ଘୁଚାଗୁଡା, ଫୁରଶୁଣ୍ଢ, କିଁଏଟପଦର, ଖଇରପଦର, ସରଧାପୁର ଆଦି ଗ୍ରାମର ଅନେକ କ୍ଷତି କରିଥାଏ। ବନ୍ୟା ଆସି ବନ୍ୟାଜଳ କୂଳ ଲଙ୍ଗି ଏହି ଗ୍ରାମର ଅନେକ ଚାଷ ଜମିଗୁଡିକ ବାଳିଚର ହୋଇଯାଇଥିବାବେଳେ ଚଲନା, କଏଁଟପଦର, ଘୁଚାଗୁଡା ଗ୍ରାମରେ ଏକର ଏକର ଚାଷ ଜମି ନଦୀ ଗର୍ଭରେ ଲିନ ହୋଇସାରିଛି । ଗଡରାମାଳ ଗ୍ରାମ ବର୍ତ୍ତମାନ ସବୁଠାରୁ ବିପଦ ସଙ୍କୁଳ ଅଛି । ଏହି ଗ୍ରାମର ହରିଜନପଡା ଆଡକୁ ନଦୀ ପ୍ରାୟ ୧୦୦ ମିଟରରୁ ଊର୍ଦ୍ଧ୍ୱ କୂଳ ଖାଇ ସାରିଛି । ପଡାରେ ଥିବା ୩୫ ପରିବାରରୁ ବର୍ତ୍ତମାନ ୨୦ ପରିବାରଙ୍କ ଘର ନଦୀରେ ଲୀନ ହୋଇଥିବାରୁ ସେମାନେ ସ୍ଥାନାନ୍ଥର ହୋଇଛନ୍ତି। ଅନ୍ୟମାନେ ମଧ୍ୟ ବର୍ତ୍ତମାନ ଆତଙ୍କିତ ଥିବାବେଳେ ଏହି ପଡାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଅନେକ ଛାତ୍ରୀଛାତ୍ରଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କ ରହିଛି । ଏହା ସହିତ ତଟବର୍ତ୍ତୀ ଅନେକ ଗ୍ରାମର ଚାଷୀମାନେ ଖରିଫ ଓ ରବି ଋତୁରେ ବିଭିନ୍ନ ଚାଷ କରି ଲାଭବାନ ହୋଇଥାନ୍ତି । କିନ୍ତୁ ଗତ ୩୦ ବର୍ଷ ହେଲା ଉଦନ୍ତୀ ବନ୍ୟା ଜଳ ମାଡି ଆସି ଜମିଗୁଡିକକୁ ନଷ୍ଟ କରିଦେଇଥିବାରୁ ଜମି ହରାଇ ମୁଣ୍ଡରେ ହାତ ଦେବାକୁ ପଡିଛି । ଚଲନା ଗ୍ରାମର ପ୍ରାୟ ୩୦ ଏକର ଚାଷ ଜମି ନଦୀଗର୍ଭରେ ଲୀନ ହୋଇଥିବା ଜଣାପଡିଛି । ଏହାର ପ୍ରତିକାର ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନାହଁି। ନଦୀ ଦୁଇ କୂଳରେ ସରକ୍ଷା ବାଡ ତିଆରି କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ବ୍ୟବସ୍ଥା ହୋଇପାରୁ ନାହଁି । ସିନାପାଲି ବ୍ଲକ ଅନ୍ତର୍ଗତ କରାଡୁଙ୍ଗିରି ଗ୍ରାମଠାରୁ ହାତୀବନ୍ଧା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ନଦୀ ଦୁଇକୂଳରେ ପଥର ବନ୍ଧ କରାଗଲେ ତଟବର୍ତ୍ତୀ ଗ୍ରାମଗୁଡିକ ରକ୍ଷା ପାଇପାରିବ । ବର୍ତ୍ତମାନ କେବଳ କାପସୀ ଗ୍ରାମ ନିକଟରେ ସ୍ପର କରାଯାଇ ଏହି ଗ୍ରାମକୁ ରକ୍ଷା କରାଯାଇଥିବାବେଳେ ମଖାପଦର ଓ ଯୁଗେନପଦର ନିକଟରେ ମଧ୍ୟ ପଥରବନ୍ଧ କରାଯାଇ ନଦୀ ସ୍ରୋତକୁ ନିୟନ୍ତ୍ରଣ କରାଯାଇପାରିଛି। ହେଲେ ଅନେକ ସ୍ଥାନରେ ନଦୀ ବନ୍ଧ ମୁକୁଳା ପଡିଥିବା ଯୋଗୁ ଆଗକୁ ଅନେକ କ୍ଷତି ହେବା ଆଶଙ୍କା ଦେଖାଦେଇଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ତହସିଲଦାର କପିଲଦେବ ସାହୁଙ୍କୁ ପଚାରିବାରୁ କେବଳ ବନ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରି କିଛି ଦିନ ଖାଦ୍ୟ ବ୍ୟବସ୍ଥା କରିପାରିବେ। ଗ୍ରାମକୁ ରକ୍ଷା କରିବାକୁ ହେଲେ ଜଳ ସେଚନ ବିଭାଗ ଏହି କଥା ବୁଝିବ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ପଟ୍ଟନାୟକଙ୍କୁ ପଚାରିବାରୁ ଗାର୍ଡୱାଲ ଦେବାକୁ ଏକ ଆକ୍ସନ ପ୍ଲାନ ସରକାରଙ୍କୁ ଦିଆଯାଇଛି। ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ଅଛି। ମଞ୍ଜୁରୀ ପାଇଲେ ତୁରନ୍ତ ଗାର୍ଡୱାଲ କାମ କରାଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ବେଲଗଛରେ ଝୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri