ସିଧାସଳଖ ଅନ୍‌ଲାଇନରେ ପଞ୍ଜୀକୃତ କରିପାରିବେ ଚାଷୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସିଙ୍କ ବିନା ସହାୟତାରେ ଚାଷୀମାନେ ସିଧାସଳଖ କେନ୍ଦ୍ର ସରକାରଙ୍କ ପିଏମ-କିଷାନ ନିଧି ଯୋଜନାରେ ନିଜକୁ ସାମିଲ କରି ପାରିବେ। ପିଏମ କିଷାନ ନିଧି ଓ୍ବେବ ପୋର୍ଟାଲ http:/www.pmkishan.gov.in ଜରିଆରେ ଚାଷୀମାନେ ସହାୟତା ରାଶି ପାଇବା ପାଇଁ ନିଜକୁ ପଞ୍ଜୀକୃତ କରିପାରିବେ। ପିଏମ-କିଷାନ ଯୋଜନାକୁ ପଶ୍ଚିମବଙ୍ଗ ସରକାର କାର୍ଯ୍ୟକାରୀ କରି ନ ଥିବାବେଳେ ଓଡ଼ିଶା ସରକାର ଚାଷୀଙ୍କ ତାଲିକା ଦେବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ସରକାର ଚାଷୀମାନଙ୍କୁ ଏଭଳି ସୁବିଧା ଦେଇଛନ୍ତି। ଯୋଜନାକୁ ନେଇ କେନ୍ଦ୍ର ଓ କେତେକ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଏହାର ଚକ୍ରବୂ୍ୟହରେ ଚାଷୀମାନେ ଫସି ଯାଇଛନ୍ତି। ଯୋଜନାର ଫାଇଦା ସବୁ ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି। କେନ୍ଦ୍ର ସରକାର କିଷାନ ନିଧି ଯୋଜନାର ପୋର୍ଟାଲ ଜରିଆରେ ଚାଷୀ ନିଜକୁ ଅନଲାଇନ ପଞ୍ଜୀକୃତ କରିପାରିବେ। ତେବେ ପଞ୍ଜୀକରଣ ବେଳେ ଚାଷୀମାନେ ଆଧାର, ବ୍ୟାଙ୍କ ଆକାଉଣ୍ଟ ଏବଂ ଚାଷ ଜମିର ପଟ୍ଟା ଆଦିକୁ ଦେଇ ନାମ ପଞ୍ଜୀକରଣ କରିପାରିବେ। ନାମ ପଞ୍ଜୀକୃତ ହେବା ପରେ କେନ୍ଦ୍ର ସରକାର ସେଗୁଡିକୁ ଯାଞ୍ଚ କରିବେ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ତୁରନ୍ତ ବୈଧ ପଞ୍ଜୀକୃତ ଚାଷୀଙ୍କ ଆକାଉଣ୍ଟକୁ ସମସ୍ତ ଅର୍ଥ ତୁରନ୍ତ ପଠାଇ ଦିଆଯିବ। ନାମ ପଞ୍ଜୀକୃତ ହେବା ପରେ ରାଜ୍ୟ ସରକାର ସେହି ତାଲିକାକୁ ଯାଞ୍ଚ କରିବେ। ଏହା ପରେ କୃଷକଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି କୃଷି ବିଭାଗ ସଚିବ ସୌରଭ ଗର୍ଗ କହିଛନ୍ତି। ଚାଷୀମାନେ ନିଜର ଆକାଉଣ୍ଟକୁ ସହାୟତା ରାଶି ଆସିଛି କି ନାହିଁ ତାହା ମଧ୍ୟ ଉକ୍ତ ପୋର୍ଟାଲରୁ ଜାଣିପାରିବେ।
ମିଳିଥିବା ସୂଚନା ଅନୁଯାୟୀ ପିଏମ କିଷାନ ଯୋଜନାରେ ୩୦ ଲକ୍ଷ ୯୧ ହଜାର ୭୮୩ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୨୬ ହଜାର ୨୪ ଜଣ ଏହି ଯୋଜନାରେ ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଲେଖାଏ ପାଇଛନ୍ତି। ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ କେବଳ ୯ ଲକ୍ଷ ୩୪ ହଜାର ୭୯୭ ଚାଷୀଙ୍କୁ ଦ୍ୱିତୀୟ କିସ୍ତି ମିଳିଛି। ପିଏମ୍‌-କିଷାନ ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ସହାୟତା ୩ଟି କିସ୍ତିରେ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସେଥିରୁ ଏପ୍ରିଲ ଓ ଜୁଲାଇ ମାସ ମଧ୍ୟରେ ପ୍ରଥମ କିସ୍ତି, ଅଗଷ୍ଟରୁ ନଭେମ୍ବର ଦ୍ୱିତୀୟ ଏବଂ ଡିସେମ୍ବରରୁ ମାର୍ଚ୍ଚ ତୃତୀୟ କିସ୍ତି ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri