ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ୍‌ ପାଇଁ ଅଧିଗ୍ରହଣ ହେବ ୨.୬୬ ଏକର ଜମି: ମାପଚୁପ ଆରମ୍ଭ, ପୁରୀବାସୀ ଉତ୍ସାହିତ

ପୁରୀ ଅଫିସ,୧୯ା୧: ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଗତ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ ଦୀର୍ଘବର୍ଷ ଧରି ସହରବାସୀଙ୍କ ଆଉ ଏକ ଦାବି ମଧ୍ୟ ପୂରଣ ହେବାକୁ ଯାଉଛି। ସିଦ୍ଧମହାବୀର ଲେଭଲକ୍ରସିଂରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ତିଆରି ପାଇଁ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ପୁରୀବାସୀ ବିଭିନ୍ନ ଫୋରମରେ ଦାବି କରୁଥିବାବେଳେ ଏବେ ପ୍ରଶାସନିକ ସ୍ତରରେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ଆର୍‌ଓବି ତିଆରି ଲାଗି ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏସ୍‌.ଏମ୍‌. କନସଲ୍‌ଟାନ୍ସି ଏବଂ କମ୍ପିଟେଣ୍ଟ ଅଥରିଟି ଅଫ୍‌ ଲ୍ୟାଣ୍ଡ ଆକ୍ୟୁଜଶନ (କାଲା)ର ଅଧିକାରୀମାନେ ମାପଚୁପ କରି ଚିହ୍ନ ଦେବା ଆରମ୍ଭ କରିଛନ୍ତି।

ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଶତପଥୀ କହିଛନ୍ତି, ସିଦ୍ଧମହାବୀର ଆର୍‌ଓବି ପାଇଁ ପ୍ରାୟ ୨.୬୬ ଏକର ଜମି ଅଧିଗ୍ରହଣ କରାଯିବ। ଏଥିଲାଗି ମାପଚୁପ ଆରମ୍ଭ ହୋଇ ଚିହ୍ନ ଦିଆଯାଉଛି। ଏହାପରେ ଏହି ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଏହି ଓଭରବ୍ରିଜ୍‌ର ଲମ୍ବ ପ୍ରାୟ ୯୦୦ ମିଟର ହେବ। ଏଥିପାଇଁ ରାସ୍ତାର ଦୁଇପାର୍ଶ୍ୱରେ ୮୦ ଫୁଟ ଚଉଡ଼ାର ଜମି ଅଧିଗ୍ରହଣ କରାଯିବ। ଆର୍‌ଓବି ୪୦ ଫୁଟ ଓସାର ରହିବ। ଏହାର ଦୁଇପାର୍ଶ୍ୱରେ ୧୫ ଫୁଟ ଲେଖାଏ ୩୦ ଫୁଟ ରାସ୍ତା ଏବଂ ଆଉ ୫ ଫୁଟ ଲେଖାଏ ଜାଗା ବିଦ୍ୟୁତ୍‌ ଖୁଣ୍ଟ, ପାଣି ପାଇପ ଆଦି ପାଇଁ ଛଡ଼ାଯିବ ବୋଲି ଶତପଥୀ ସୂଚନା ଦେଇଛନ୍ତି। ତେବେ ଶନିବାର ଅଧିକାରୀମାନେ ନକ୍ସା ଦେଖି ମାପଚୁପ କରିବା ସମୟରେ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଲାଗି ଯେଉଁମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିିବ ସେମାନଙ୍କ ମଧ୍ୟରେ ଏକପ୍ରକାର ଛନକା ପଶିଛି।

ପୁରୀ-କୋଣାର୍କ ମୁଖ୍ୟରାସ୍ତାର ମାଟିଆପଡ଼ାଠାରେ ରହିଛି ସିଦ୍ଧମହାବୀର ଲେଭଲ କ୍ରସିଂ। ଏହି ଲେଭଲ କ୍ରସିଂ ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଗାଡ଼ିମୋଟର, ଟୁରିଷ୍ଟ ବସ୍‌ ଚଳାଚଳ କରିଥାଏ। ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକେ ଯା’ଆସ କରନ୍ତି। ଛାତ୍ରୀଛାତ୍ର, ରୋଗୀ ମଧ୍ୟ ଏହି ଲେଭଲ କ୍ରସିଂ ଦେଇ ଯିବା ବେଳେ ସମସ୍ୟାରେ ପଡ଼ନ୍ତି। ଦୈନିକ ପ୍ରାୟ ୫୫ଥର ଗେଟ୍‌ ପଡୁଥିବାରୁ ଏଠାରେ ଟ୍ରାଫିକ ସମସ୍ୟା ଅସମ୍ଭାଳ ହୋଇପଡ଼େ। ପ୍ରାୟ ୧୫ରୁ ୨୦ ମିନିଟ୍‌ ମଧ୍ୟରେ ଥରେ ଗେଟ୍‌ ପଡ଼ିିଥାଏ। ୭ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଗେଟ୍‌ ବନ୍ଦ ରହିଥାଏ। ଏମିତି କି ସମୟେ ସମୟେ ଯଦି ଦୁଇପାର୍ଶ୍ୱରୁ ପାଖାପାଖି ସମୟରେ ଗାଡ଼ିି ଆସେ ତେବେ ୧୦ମିନିଟ୍‌ରୁ ଅଧିକ ସମୟ ପର୍ଯ୍ୟନ୍ତ ଗେଟ୍‌ ପଡ଼ିିଯାଏ। ଫଳରେ ଉଭୟ ପାର୍ଶ୍ୱରେ ୨ କିମି ପର୍ଯ୍ୟନ୍ତ ଗାଡ଼ିି ଲମ୍ବିଯାଏ। ଏହି ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଏପରି କି ପରୀକ୍ଷା ପାଇଁ ଯାଉଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଫସିଯାନ୍ତି। ଅନେକଥର ଆମ୍ବୁଲାନ୍ସ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିବାର ନଜିର ରହିଛି। ଛାତ୍ରୀଛାତ୍ର ବି ଏଥିପାଇଁ ବିଳମ୍ବରେ ସ୍କୁଲ, କଲେଜରେ ପହଞ୍ଚନ୍ତି। ଏପରି ଘଟଣା ବାରମ୍ବାର ଦୃଷ୍ଟିଗୋଚର ହେଉଥିବାରୁ ଅନେକ ସମୟରେ ଏହାକୁ ନେଇ ଆନ୍ଦୋଳନ, ବିକ୍ଷୋଭ ଏବଂ ବିଭିନ୍ନ ସ୍ତରରେ ଦାବିପତ୍ର ଦିଆଯାଇଛି। କୌଣସି ଜାତୀୟସ୍ତରୀୟ ନେତା ପୁରୀ ଆସିଲେ ତାଙ୍କ ଆଗରେ ସିଦ୍ଧମହାବୀର ଆର୍‌ଓବି ଦାବି ରଖାଯାଏ। ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବି ରାଜନେତାମାନେ ଫାଇଦା ନେବାକୁ ଅନେକ ଥର ଉଦ୍ୟମ କରିଛନ୍ତି। ନିର୍ବାଚନ ଆସିଲେ ପୁରୀ ବିଧାନସଭା କ୍ଷେତ୍ର ଏବଂ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀମାନେ ଏହାକୁ ଅସ୍ତ୍ର କରିଥାନ୍ତି। କ୍ଷମତାକୁ ଆସିଲେ ସିଦ୍ଧମହାବୀର ଆର୍‌ଓବି କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନ ସରିଗଲେ ଏହାକୁ ସେମାନେ ଭୁଲିଯାନ୍ତି। ଏମିତି କି ଏହି ଆର୍‌ଓବି ଦାବିରେ ଗତବର୍ଷ ଜନଜାଗରଣ ମଞ୍ଚର ଆବାହକ ଜ୍ୟୋତିରଞ୍ଜନ ନାୟକ ଚାଲି ଚାଲି ଦିଲ୍ଲୀ ଯାଇଥିଲେ । ସେଠାରେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଭରବ୍ରିଜ୍‌ ପାଇଁ ୧ଲକ୍ଷ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ନିକଟରେ ଆର୍‌ଓବି ନିର୍ମାଣ ନେଇ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିଲା। ବର୍ଷ ବର୍ଷ ଧରି ସିଦ୍ଧମହାବୀର ଆର୍‌ଓବି ନିର୍ମାଣ କ୍ଷେତ୍ରରେ ପ୍ରତାରିତ ହେଉଥିବା ପୁରୀବାସୀଙ୍କ ସ୍ବପ୍ନ ଏବେ ପୂରଣ ହେବାକୁ ଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri