Categories: ଜାତୀୟ

ସିଦ୍ଧୁଙ୍କ ଇସ୍ତଫାକୁ ନେଇ ଆଶ୍ଚର୍ଯ୍ୟ ହେଲେ ଶତ୍ରୁଘ୍ନ

ଚଣ୍ଡିଗଡ,୧୫।୭: ପଞ୍ଜାବ କ୍ୟାବିନେଟରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏହାକୁ ନେଇ ରାଜନେତାମାନେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୁଘ୍ନ ସିହ୍ନା କହିଛନ୍ତି, ସିଦ୍ଧୁଙ୍କ ଇସ୍ତଫାକୁ ମୁଁ ପ୍ରଶଂସା କରୁଛି। ହେଲେ ସିଦ୍ଧୁଙ୍କର ଇସ୍ତଫା ଦେବା ନିଷ୍ପତ୍ତି ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ଟୁଇଟ୍‌ କରି ଶତ୍ରୁଘ୍ନ ଏହା କହିଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି କି ତାଙ୍କ ଭଳି ଜଣେ ପ୍ରତିଭାଶାଳୀ ଖେଳାଳି ଓ ରାଜନେତାଙ୍କର ଏଭଳି ନିଷ୍ପତ୍ତି ଆଶ୍ଚର୍ଯ୍ୟ ଜନକ।

Share