Categories: ଜାତୀୟ

ସିଦ୍ଧି ବିନାୟକ ମନ୍ଦିରକୁ ୧୪ କୋଟି ଟଙ୍କାର ସୁନା ଦାନ କଲେ ଭକ୍ତ

ମୁମ୍ବାଇ,୨୧।୧: ମହାରାଷ୍ଟ୍ରର ସିଦ୍ଧି ବିନାୟକଙ୍କ ମନ୍ଦିରକୁ ଦିଲ୍ଲୀର ଜଣେ ଭକ୍ତ ୩୫ କିଲୋ ଓଜନର ସୁନା ଦାନ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୪ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସିଦ୍ଧି ବିନାୟକ ମୁମ୍ବାଇର ଧନୀ ମନ୍ଦିର ମଧ୍ୟରେ ଗୋଟିଏ ବୋଲି କୁହାଯାଏ। ଗତ ସପ୍ତାହରେ ଭକ୍ତ ଜଣଙ୍କ ଏହି ସୁନା ଦାନ କରିଥିବା ଜଣାପଡିଛି। ତେବେ ପ୍ରତ୍ୟେକ ସମୟରେ ଏହି ମନ୍ଦିରରେ ଭକ୍ତମାନେ କୋଟି କୋଟି ଟଙ୍କା ଦାନ କରିଥାଆନ୍ତି। କିଏ ଟଙ୍କା ଆକାରରେ ତ ଆଉ କିଏ ସୁନା, ରୂପା ଅବା ମୂଲ୍ୟବାନ ରତ୍ନ ମଧ୍ୟ ଦାନ କରିଥାଆନ୍ତି। ଏବେ ଦିଲ୍ଲୀର ଜଣେ ଭକ୍ତ ୩୫ କିଲୋ ସୁନା ଦାନ କରିଥିବା କଥା ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଦେଶ ବାନ୍ଦେକର ସୂଚନା ଦେଇଛନ୍ତି। ହେଲେ ସେ ଉକ୍ତ ଭକ୍ତଙ୍କ ନାଁ କହିବାକୁ ମନାକରି ଦେଇଛନ୍ତି। ଏହି ସୁନାରେ ମନ୍ଦିରର କବାଟ ଓ ଛାତ କାମ ହେବ ବୋଲି ସେ କହିଛନ୍ତି।

Share