Categories: ଜାତୀୟ

ସିଡିଏସ୍‌ ଦୌଡ଼: ଆଗରେ ଜେନେରାଲ ବିପିନ ରାଓ୍ବତ୍‌

ନୂଆଦିଲ୍ଲୀ, ୧୭ା୮(ପି.ଟି.): ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ୍‌ ସିଡିଏସ୍‌ ମୁଖ୍ୟ( ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ହେବାର ସମ୍ଭାବନା ରହିଛି। ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦ ଗଠନ ସହ ସ୍ଥଳ, ଜଳ ଓ ଆକାଶ ବାହିନୀ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ଜାତୀୟ ସୁରକ୍ଷା ଲାଗି ଯେକୌଣସି ସମୟରେ ଅପରେଶନ କାର୍ଯ୍ୟ ସିଡିଏସ୍‌ଙ୍କ ତତ୍ତ୍ୱାବଧାନରେ ଠିକ୍‌ ଢଙ୍ଗରେ କରାଯାଇପାରିବ। ସ୍ଥଳ, ଜଳ ଓ ଆକାଶ ବାହିନୀର ମୁଖ୍ୟଙ୍କ ଉପରେ ଏହି ପଦ ରହିବ। ବହୁଦିନ ପୂର୍ବରୁ ପ୍ରତିରକ୍ଷା ସଂସ୍କାର ନେଇ ଚିନ୍ତା କରାଯାଇ ଆସୁଥିଲେ ହେଁ ଏବେ ଏହା ସଫଳ ରୂପ ନେବ। ଯୁଦ୍ଧର ନିୟମ ବଦଳୁଛି ଓ ଏଥିଲାଗି ସମନ୍ବୟର ଆବଶ୍ୟକତା ରହିଛି। ତିନି ବାହିନୀର ମୁଖ୍ୟ ରହିଥିଲେ ହେଁ ଏମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରିବା ଲାଗି ସିଡିଏସ୍‌ ମୁଖ୍ୟ ରହିବେ। ଖୁବଶୀଘ୍ର ଏହି ପଦ ପୂରଣ କରାଯିବ ବୋଲି ଜଣାପଡ଼ିଛି।

Share