Categories: ଜାତୀୟ

ସିଡିଏସ୍‌, ତିନି ସେନାଧ୍ୟକ୍ଷଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ,୨୧।୬: ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାଓ୍ବତ ଓ ୩ ସେନାମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଭାରତ-ଚାଇନା ସୀମା ବିବାଦକୁ ନେଇ ଲଦ୍ଦାଖ ସୀମାର ସ୍ଥିତି ବିଷୟରେ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ରଷିଆ ଗସ୍ତ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ ସୀମାରେ ଚାଇନା ପକ୍ଷରୁ ଯଦି କୌଣସି ଆକ୍ରମଣ କରାଯାଏ ତେବେ ଏହାର ଜବାବ ଦେବାକୁ ଭାରତୀୟ ସେନାଙ୍କୁ ସମ୍ପୂର୍ଣ୍ଣ ସ୍ବାଧିନତା ଦିଆଯାଇଛି।

Share