ସିଡିଏମଓଙ୍କ ନିଲମ୍ବନ ଆଦେଶକୁ ବିରୋଧ କରି ଭାଜପାର ବନ୍ଦପାଳନ

ସୁନ୍ଦରଗଡ଼,୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଲମ୍ବନ ଆଦେଶକୁ ବିରୋଧ କରି ସୋମବାର ଜିଲା ଭାଜପା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ଏଠାରେ ଯାନବାହନ ଚଳାଚଳ ବନ୍ଦ ରହିଛି।
ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ସ୍କୁଲ କଲେଜ ଖୋଲାରହିଛି। ଭାଜପା କର୍ମୀମାନେ ଏବେସୁଦ୍ଧା ପିକେଟିଂ ଜାରି ରଖିଛନ୍ତି।