Categories: ଖେଳ

ସିଟି ବଜାଇବାରେ କିଏ ଆଗରେ ଧୋନୀ ନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପୁଣି କେବେ ପଡିଆକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ଧୋନୀ କ୍ରିକେଟରୁ ଦୂରେଇ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ସେ ଝାଡଖଣ୍ଡର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ। ଜେଏସସିଏ କ୍ରିକେଟ ଷ୍ଟାଡିୟମରେ ସୋଲାର ସିଷ୍ଟମ ଉଦଘାଟନ ଅବସରରେ ଉଭୟଙ୍କ ଭେଟ ହୋଇଥିଲା। ଧୋନୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ସିଟି ବଜା ପ୍ରତିଯୋଗିତା ହୋଇଥିଲା। ଉଭୟ ସିଟି ବଜାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସିଟି ବଜାଉଥିବାବେଳେ ଧୋନୀ ବେଶ୍‌ ଖୁସି ଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସହ ତାଳ ଦେଇ ସିଟି ବଜାଉଥିଲେ। ସୂଚନାଯୋଗ୍ୟ, ୨୦୧୯ ବିଶ୍ୱକପ ପରେ ଧୋନୀ କ୍ରିକେଟରୁ ନିଜକୁ ଦୂରେଇ ରକତ୍ନ୍ତି। ଏତର ସେ ଆଇପିଏଲ ଖେଳିବେ ବୋଲି ଜଣାପଡିଛି।

Share