Categories: ଜାତୀୟ

ସିଜେଆଇଙ୍କୁ ଫସାଇବା ଲାଗି ଯଚାଯାଇଥିଲା ଦେଢ଼କୋଟି

ନୂଆଦିଲ୍ଲୀ,୨୪ା୪: ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ମିଥ୍ୟା ଯୌନ ବ୍ୟଭିଚାର ମାମଲା ରୁଜୁ କରିବା ଲାଗି ଅଜୟ ନାମକ ଜଣେ ବ୍ୟକ୍ତି ଦେଢ଼ କୋଟି ଟଙ୍କା ଯାଚିଥିଲେ ବୋଲି ଓକିଲ ଉତ୍ସବ ବେନ୍ସ ଦାବି କରିଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମଙ୍ଗଳବାର ସମ୍ପୃକ୍ତ ଓକିଲଙ୍କୁ ନୋଟିସ ଜାରି କରିଛନ୍ତି। ଏହାସହ ବ୍ୟକ୍ତିଗତଭାବେ ଏପ୍ରିଲ ୨୪ ପୂର୍ବାହ୍ଣ ୧୦.୩୦ରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସିଜେଆଇ ଗୋଗୋଇଙ୍କୁ ବଦନାମ କରିବା ପାଇଁ ଅଜୟ ତାଙ୍କୁ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ କହିଥିଲେ ବୋଲି ଉତ୍ସବ କହିଛନ୍ତି। ତେବେ ସେ ଏହି କଥାରେ ସେ ରାଜି ନ ହୋଇ ମହିଳାଙ୍କ ସହ ତାଙ୍କର ସମ୍ପର୍କ କ’ଣ ବୋଲି ପଚାରିଥିଲେ। ଜଷ୍ଟିସ ଗୋଗୋଇ ଇସ୍ତଫା ଦେବା ଲାଗି ସମସ୍ତ ଷଡଯନ୍ତ୍ର ରଚାଯାଇଥିଲା ବୋଲି ଉତ୍ସବ ଅଭିଯୋଗ କରିଛନ୍ତି। ନ୍ୟାୟପାଳିକାର ସ୍ବାଧୀନତାରେ ଆଘାତ ପହଞ୍ଚାଇବା ଲାଗି ଉଦ୍ଦିଷ୍ଟ ଷଡଯନ୍ତ୍ରର ନ୍ୟାୟିକ ତଦନ୍ତ କରାଯିବା ଉଚିତ ବୋଲି ଉତ୍ସବ କହିଛନ୍ତି। ଏକ୍ଷେତ୍ରରେ ଏକ କର୍ପୋରେଟର ଫିଗର କାମ କରୁଥିବା ସେ ଅଭିଯୋଗ କରିଛନ୍ତି।

Share