ସିଙ୍ଗାପୁରରେ ପ୍ରଥମ କରୋନା ମୃତ୍ୟୁ

ସିଙ୍ଗାପୁର,୨୧।୩: କରୋନା ଭାଇରସ କଥା ଉଠିଲେ ଆପଣାଛାଏଁ ମନକୁ ଆସି ଯାଉଛି ଏଥିରେ ବୃଦ୍ଧି ପାଇଛି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନା ଏବେ ସିଙ୍ଗାପୁରରେ ବି ତା’ର ପ୍ରଭାବ ଦେଖାଇ ଦେଇଛି। ଶନିବାର ସୁଦ୍ଧା କରୋନା ସଂକ୍ରମଣରେ ସିଙ୍ଗାପୁରରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ଏଥିରେ ଜଣେ ୬୪ ବର୍ଷ ବୟସର ବ୍ୟକ୍ତି ଥିବା ବେଳେ ଅନ୍ୟ ଜଣେ ୭୫ ବର୍ଷର ମହିଳା ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଶୁକ୍ରବାର  ୪୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୩୮୫ ହୋଇଛି।

Share