ସିଗାରେଟ୍‌ଠାରୁ ବି ଅଧିକ କ୍ଷତିକାରକ ଏହି ଧୂଆଁ…

ନୂଆଦିଲ୍ଲୀ: ସିଗାରେଟ୍‌ ଟାଣିବା ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେବେ ସିଗାରେଟ୍‌ଠାରୁ ମଧ୍ୟ ଅଧିକ କ୍ଷତି କାରକ ସାବ୍ୟସ୍ତ ହୋଇଥାଏ ମଶାଧୂପ। ମଶାଦାଉରୁ ରକ୍ଷା ପାଇବା ପାଇଁ କେତେକ ଘରେ ମଶାଧୂପ ଜଳାଇଥାନ୍ତି। ଏହା ଦ୍ୱାରା ମଶା ସାମୟିକ ଭାବେ ଦୂରେଇ ଗଲେ ମଧ୍ୟ ଏଥିରୁ ନିର୍ଗତ ହେଉଥିବା ଧୂଆଁ ଯୋଗୁ ବିଭିନ୍ନ ଶ୍ୱାସ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ଧୂଆଁ ତ୍ୱଚା ଏବଂ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ବୋଲି ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏହାର ଧୂଆଁ ଫୁସଫୁସ୍‌ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାଯୋଗୁ କେତେକଙ୍କଠାରେ ସାମାନ୍ୟ କଥାରେ ଭୟ ପାଇ ଥରିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।