ସିକ୍ୟୁଏଲ ଫିଲ୍ମରେ ଅଭିନୟ କରିବେ ଜନ୍‌

ମୁମ୍ବାଇ; ଜନ୍‌ ଅବ୍ରାହମ୍‌ ତାଙ୍କ ଦମ୍‌ଦାର ଅଭିନୟ ଓ ଆକ୍ସନ ପାଇଁ ବେଶ ଚର୍ଚ୍ଚିତ। କିଛିଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ଫ୍ଲୋରକୁ ଆସିଥିଲା। ଯଦିଓ ଏହା ବକ୍ସ ଅଫିସରେ ଭଲ ବିଜନେସ୍‌ କରିପାରି ନ ଥିଲା ତେବେବି ଜନ୍‌ଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଏବେ ଜନ୍‌ ମୋହିତ ସୁରିଙ୍କ ଫିଲ୍ମ ‘ଏକ ଭିଲେନ’ର ସିକ୍ୟୁଏଲରେ କାମ କରିବେ ବୋଲି ଜଣାପଡିଛି। ‘ଏକ ଭିଲେନ’ ୨୦୧୪ରେ ରିଲିଜ୍‌ ହୋଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଥିଲେ ସିଦ୍ଧାର୍ଥ ମାଲହୋତ୍ରା, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖ। ରିତେଶ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ‘ଏକ ଭିଲେନ’ର ସ୍କ୍ରିପ୍ଟ ଜନ୍‌ଙ୍କୁ ପସନ୍ଦ ଆସିଥିବା ବେଳେ ଖୁବ୍‌ଶୀଘ୍ର ସେ ଏଥିପାଇଁ ସାଇନ୍‌ କରିବେ ବୋଲି କୁହାଯାଉଛି। ଯଦିଓ ଏହା ଅଫିସିୟାଲି କୁହାଯାଇ ନାହିଁ ତଥାପି ନିକଟରେ ଏହାର ଷ୍ଟାରକାଷ୍ଟ ବଛା ସରିଲେ ଶୁଟିଂ କେବେ ହେବ ବୋଲି ଘୋଷଣା କରାଯାଇପାରେ। ଆସନ୍ତା ବର୍ଷ ଏହା ରିଲିଜ୍‌ ହେବ ବୋଲି ଅନୁମାନ କରାଯାଉଛି।

Share