Categories: ଜାତୀୟ

ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତାମଙ୍ଗ

ଗ୍ୟାଙ୍ଗଟକ୍‌,୨୭।୫: ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ବା ପିଏସ୍‌ ଗୋଲେ ଭାବେ ପରିଚିତ ତାମଙ୍ଗ ସୋମବାର ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସିକ୍କିମର ରାଜ୍ୟପାଳ ଗଙ୍ଗା ପ୍ରସାଦ ତାଙ୍କୁ ପାଲିଜୋର ଷ୍ଟାଡିୟମରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସିକ୍କିମ ବିଧାନସଭାର ମୋଓ ୩୨ଟି ଆସନରୁ ଏସ୍‌କେଏମ୍‌ ମୋଟ ୧୭ ଆସନ ପାଇଁ ବିଜୟ ଲାଭ କରିବା ପରେ ସରକାର ଗଢିବାକୁ ଶନିବାର ରାଜ୍ୟପାଳଙ୍କ ନିକଟରେ ଆବେଦନ କରିଥିଲା।

Share