Posted inଖେଳ

ସିକେ ନାଇଡୁ ଟ୍ରଫି: ଦୃଢ଼ ସ୍ଥିତିରେ ଓଡ଼ିିଶା ଅମ୍ରିତ, ସୌରଭଙ୍କ ଶତକ

ସମ୍ବଲପୁର, ୭।୧ (ବ୍ୟୁରୋ): ଅମ୍ରିତ ଖଟୁଆ ଓ ସୌରଭ କୁମାର ଗୌଡ଼ଙ୍କ ଆକର୍ଷଣୀୟ ଶତକ ଯୋଗୁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ସିକିମ ବିପକ୍ଷ ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ଦୃଢ଼ ସ୍ଥିତିରେ ରହିଛି। ଘରୋଇ ଦଳ ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ୧୨୦ ଓଭରରେ ୨ ଉଇକେଟ ହରାଇ ୩୯୦ ରନ ସଂଗ୍ରହ କରିଛି। ଏହାଦ୍ୱାରା ସୌରଭ ୨୫୧ ବଲର ସମ୍ମୁଖୀନ ହୋଇ ୧୭୬ରନ କରି ଅପରାଜିତ ରହିଛନ୍ତି। ସେ ୧୯ଟି ଚୌକା ଓ ୨ଟି ଦର୍ଶନୀୟ ଛକା ମାରିଛନ୍ତି। ଅମ୍ରିତ ୩୩୮ ବଲରେ ୧୨୨ ରନ (୧୮ ଚୌକା), ବିନିତ ମହାନ୍ତି ୧୧୧ ବଲରେ ୬୩ ରନ (୧୦ ଚୌକ ଓ ୧ ଛକା) କରିଛନ୍ତି। ସ୍ବସ୍ତିକ ସାମଲ କ୍ରିଜରେ ୩୧ ମିନିଟ ରହି ୨୧ ବଲର ସମ୍ମୁଖିନ ହୋଇ ୧୯ ରନ କରି ଅପରାଜିତ ରହିଛନ୍ତି। ଏଥିରେ ସେ ୩ ଚୌକା ମାରିଛନ୍ତି। ଭ୍ରମଣକାରୀ ସିକିମ ବୋଲର ଚନ୍ଦ୍ର ଛେତ୍ରୀ ୩୩ ଓଭରରେ ୯୦ ରନ ଦେଇ ୧ ଉଇକେଟ ଓ ଦୀନେଶ କୁମାର ଧୋବି ୨୫ ଓଭରରେ ୮୫ରନ ଦେଇ ୧ଉଇକେଟ ହାସଲ କରିଛନ୍ତି। ଅନ୍ୟତମ ବୋଲରମାନେ ଉଇକେଟ ନେବାରେ ବିଫଳ ହୋଇଛନ୍ତି। ଅମ୍ପାୟର ଭାରତୀ ଭିଜି ଓ ଅକ୍ଷୟ ମରାଠେ ମ୍ୟାଚ ପରିଚାଳନା କରିଥିଲେ। ଏସ୍‌. ସୁରେଶ ମ୍ୟାଚ ରେଫରି ରହିଥିବା ବେଳେ ରଜତ ଦାଶ ଓ ବୀରବର ନାୟକ ସ୍କୋରର ଦାୟିତ୍ୱ ତୁଲାଉଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ସିକିମ ଦଳ ପ୍ରଥମେ ବ୍ୟାଟିଂ କରି ୫୮.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୮୦ରନ ସଂଗ୍ରହ କରିଥିଲା। ଜବାବରେ ଓଡ଼ିଶା ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩୦ ଓଭରରେ କୌଣସି ଉଇକେଟ ନ ହରାଇ ୮୮ରନ ସଂଗ୍ରହ କରିଥିଲା।

ସୋମବାର ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଶତକ ହାସଲ କରିଥିବା ସୌରଭ ଓ ଅମ୍ରିତ । ଏସ୍‌- ୮
ସୋମବାର ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଶତକ ହାସଲ କରିଥିବା ଅମ୍ରିତ ଖଟୁଆ । ଏସ୍‌- ୯
ସୋମବାର ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଶତକ ହାସଲ କରିଥିବା ସୌରଭ ଗୌଡ । ଏସ୍‌- ୧୦


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri