Categories: ଜାତୀୟ

ସିଏଏ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା

ମୁଜଫରନଗର,୪।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ ମୁଜଫରନଗର ଗସ୍ତ କରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ହିଂସାର ଶିକାର ହୋଇଥିବା ପୀଡ଼ିତଙ୍କୁ ଓ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଶନିବାର ରୁକେୟା ପରଓ୍ବିନ ନାମକ ଯୁବତୀଙ୍କୁ ସେ ଭେଟିଥିଲେ। ଆଗକୁ ତାଙ୍କର ବିବାହ ଥିବା ବେଳେ ପୋଲିସ ତାଙ୍କ ଘରୁ ଜୋର ଜବରଦସ୍ତି କିଛି ଜିନିଷ ନେଇଯାଇଥିବା ପ୍ରିୟଙ୍କାଙ୍କ ସମ୍ମୁଖରେ ତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ପକ୍ଷରୁ ହୋଇଥିବା ସମସ୍ତ ହିଂସା ପାଇଁ ସେ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ବୋଲି ପ୍ରିୟଙ୍କା ଖବରଦାତାଙ୍କ ସମ୍ମୁଖରେ କହିଛନ୍ତି। ଗତ କିଛି ଦିନରୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ଦେଖାଦେଇଥିଲା। ଡିସେମ୍ବର ୨୦ରେ ଉତ୍ତରପ୍ରଦେଶ ମୁଜଫରନଗରରେ ସିଏଏକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଦର୍ଶନକାରୀମାନେ ପଥରମାଡ଼, ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହି ହିଂସାରେ ଉତ୍ତରପ୍ରଦେଶରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Share