Categories: ଜାତୀୟ

ସିଏଏ ବିରୋଧୀ ହିଂସା ପାଇଁ ବାହାରୁ ଆସୁଥିଲା ଅର୍ଥ !

ନୂଆଦିଲ୍ଲୀ,୨୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ପଛରେ ଦେଶ ବିରୋଧୀ ଶକ୍ତି ଅଛି ବୋଲି କୁହାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦଶାଳୟ(ଇଡି)ର ଏକ ରିପୋର୍ଟରେ କୁହାଯାଇଛି କି ସିଏଏକୁ ବିରୋଧ କରି ଦେଶରେ ହିଂସାର ବାତାବରଣ ସୃଷ୍ଟି କରିବାକୁ ବାହାରୁ ଅର୍ଥ ଆସୁଥିଲା। ଉକ୍ତ ରିପୋର୍ଟରେ କୁହାଯାଇଛି କି ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ସିଏଏ ବିରୋଧ ହିଂସା ସହ ସିଧା ସମ୍ପର୍କ ରହିଛି। ଦେଶର ଯେଉଁସବୁ ଅଞ୍ଚଳରେ ସିଏଏ ବିରୋଧୀ ହିଂସା ହୋଇଛି ସେସବୁ ସ୍ଥାନରେ ପିଏଫ୍‌ଆଇର ସର୍ମ୍ପକ ରହିଥିବା କୁହାଯାଇଛି। ଉକ୍ତ ରିପୋର୍ଟରେ ଦାବି କରାଯାଇଛି କି ୭୩ ବ୍ୟାଙ୍କ ଖାତାରେ ୧୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା କରାଯାଇଛି। ଯାହା ସିଏଏ ବିରୋଧ ପ୍ରଦର୍ଶନରେ ଖର୍ଚ୍ଚ କରାଯାଇଛି। ଇଡିର ଯାଞ୍ଚ ପରେ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ମିଳିଥିବା ଖବର ଅନୁଯାୟୀ, ଗତ ଡିସେମ୍ବରରେ ସଂସଦରେ ସିଏଏ ପାସ୍‌ ହେବା ପରେ ଉତ୍ତର ପ୍ରଦେଶର କିଛି ଅଞ୍ଚଳର ପ୍ରାୟ ୭୩ ବ୍ୟାଙ୍କ ଆକାଉଣ୍ଟରେ ୧୨୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା କରାଯାଇଥିଲା। ଆଉ ଏହି ଟଙ୍କା ବିରୋଧ ପ୍ରଦର୍ଶନ ପଣ୍ଡିଂ ଭାବେ ଖର୍ଚ୍ଚ କରାଯାଇଥିଲା।

Share