Categories: ଜାତୀୟ

ସିଏଏ ବିରୋଧୀ ହିଂସା:୧୦୦ କୋଟି କ୍ଷତି ସହିଲାଣି ରେଲଓ୍ବେ

ନୂଆଦିଲ୍ଲୀ,  ୨୦।୧୨:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରହିଥିବାବେଳେ ରେଲଓ୍ବେର ବହୁ କ୍ଷତି ଘଟିଛି। ବିକ୍ଷୋଭକାରୀମାନେ ରେଳଷ୍ଟେଶନରେ ଭଙ୍ଗାରୁଜା କରିବା, ଟ୍ରେନରେ ନିଆଁ ଲଗାଇବା ଫଳରେ ବିଭାଗର ପ୍ରାୟ ୧୦୦ କୋଟି ଟଙ୍କା କ୍ଷତି ଘଟିଲାଣି। ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି ଏନେଇ ମତବ୍ୟକ୍ତ କରିଥିବାବେଳେ ପୂର୍ବ ଓ ଦକ୍ଷିଣ-ପୂର୍ବ ଜୋନ୍‌ରେ ଅଧିକ କ୍ଷୟକ୍ଷତି ହୋଇଥିବା ପ୍ରକାଶ କରିଛନ୍ତି। ରେଳ ସମ୍ପତ୍ତିକୁ ନଷ୍ଟ କରୁଥିବା ବିକ୍ଷୋଭକାରୀଙ୍କୁ ସେହି ସ୍ଥାନରେ ଗୁଳି କରିଦେବା ଉଚିତ ବୋଲି ସେ କହିଥିଲେ। ପଶ୍ଚିମବଙ୍ଗ, ବିହାରରେ ସିଏଏ ବିରୋଧୀ ହିଂସା ବଢ଼ୁଥିବାବେଳେ ସର୍ବାଧିକ ଟ୍ରେନପୋଡ଼ି ଓ ଆକ୍ରମଣ କରାଯାଇଥିବା ରେଲଓ୍ବେ ପକ୍ଷରୁ କୁହାଯାଇଛି। ଏଥିଲାଗି କେତେକ ଟ୍ରେନ ଚଳାଚଳ ବାତିଲ ମଧ୍ୟ କରାଯାଇଛି। କ୍ଷୟକ୍ଷତିକୁ ନେଇ କୋର୍ଟର ଆଶ୍ରୟ ନେବାକୁ ରେଲଓ୍ବେ ଯୋଜନା କରୁଥିବା ଜଣାପଡ଼ିଛି।

Share