Categories: ଜାତୀୟ

ସିଏଏ ବିରୋଧରେ ହିଂସା: ୨୨ ବିଶ୍ୱବିଦ୍ୟାଳୟରେ ଅଶାନ୍ତି; ଆସାମରେ ୪ ମୃତ ୧୯୦ରୁ ଅଧିକ ଗିରଫ; ୩ ହଜାରରୁ ଅଧିକ ଅଟକ

ନୂଆଦିଲ୍ଲୀ,୧୭।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶର ୨୨ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଅଶାନ୍ତି ବଢ଼ିଚାଲିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉଥିଲେ ମଧ୍ୟ ସଫଳତା ମିଳିପାରୁ ନାହିଁ। ଆସାମରେ ଏହାକୁ ନେଇ ଘଟିଥିବା ହିଂସାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୧୯୦ଜଣ ଲୋକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ କଂଗ୍ରେସକର୍ମୀ ଥିବା କୁହାଯାଉଛି। ସେହିପରି ୩ ହଜାର ଲୋକଙ୍କ ଅଟକ ରଖାଯାଇଛି। ତେବେ ହିଂସା ପଛରେ ରାଜନୈତିକ ଶକ୍ତି ଥିବାର ଅନୁମାନ କରାଯାଉଛି। ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବା ଆସାମ ଡିଜିପି ଭାସ୍କର ଜ୍ୟୋତି ମହାନ୍ତ ସୂଚନା ଦେଇଛନ୍ତି।

Share