Categories: ଜାତୀୟ

ସିଏଏ ନେଇ ଗୋଆ କଂଗ୍ରେସରେ ଫାଟ: ଇସ୍ତଫା ଦେଲେ ୪ ସଦସ୍ୟ

ପଣଜୀ, ୨।୧: ସିଏଏ ନେଇ ଗୋଆ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଦଳର ୪ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ପଣଜୀ ବ୍ଲକ୍‌ ସମିତି ଅଧ୍ୟକ୍ଷ ପ୍ରସାଦ ଓମନକର, ଉତ୍ତର ଗୋଆ ଅଳ୍ପସଂଖ୍ୟକ ସେଲ୍‌ ମୁଖ୍ୟ ଜାଭେଦ୍‌ ଶେଖ୍‌, ବ୍ଲକ୍‌ ସମିତି ସମ୍ପାଦକ ଦିନେଶ କୁବଲେ ଏବଂ ଶିବରାଜ ତାରକର ପ୍ରମୁକ ସିଏଏ ଏବଂ ଏନ୍‌ଆର୍‌ସିକୁ ସମର୍ଥନ କରୁଥିବା କହି ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ଦେଶର ଅଳ୍ପସଂଖ୍ୟକ ବର୍ଗଙ୍କୁ ଭ୍ରମିତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

Share