ସିଏଏ, ଏନ୍‌ଆର୍‌ସି ବିରୋଧରେ ବରଗଡ଼ରେ ବିକ୍ଷୋଭ

ବରଗଡ଼ ଅଫିସ,୨୪।୧୨: ବରଗଡ଼ରେ ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରାଯାଇଛି। ଏହି କ୍ରମରେ ମଙ୍ଗଳବାର ସ୍ଥାନୀୟ ସମ୍ବିଧାନ ସୁରକ୍ଷା ମଞ୍ଚ ନେତୃତ୍ୱରେ ଏଠାରେ ବିକ୍ଷୋଭ ଶୋଭାଯାତ୍ରା, ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଡାକବଙ୍ଗଳାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ଜିଲାପାଳଙ୍କ ଅଫିସରେ ପହଞ୍ଚିଥିଲା। ସେଠାରେ ଧାରଣା ଦିଆଯିବା ସହିତ ମଞ୍ଚର କର୍ମକର୍ତ୍ତାମାନେ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ଉଦ୍‌ବୋଧନ ଦେଇ ଏହାକୁ ବାତିଲ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ।