Posted inଜାତୀୟ

ସିଏଏ, ଏନ୍‌ଆର୍‌ସିକୁ ନେଇ ପାର୍ଲାମେଣ୍ଟରେ ଅଚଳାବସ୍ଥା

ନୂଆଦିଲ୍ଲୀ,୪ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ସୋମବାର ପାର୍ଲାମେଣ୍ଟରେ ବିରୋଧୀ ସଦସ୍ୟମାନେ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଥିଲେ। ସରକାର ଗୁଳି ଚଳାଇ ଲୋକଙ୍କ ସ୍ବରକୁ ଚାପିଦେଇପାରିବେ ନାହିଁ ବୋଲି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ରାଲିରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଚୌଧୁରୀ ଏହା କହିଥିଲେ। ଦେଶଦ୍ରୋହୀଙ୍କୁ ଗୁଳି କରିଦିଅ ବୋଲି ଅନୁରାଗ କହିଥିଲେ। ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହଟ୍ଟଗୋଳ କରିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ପାଇଁ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଯିବା ଲାଗି ବାଚସ୍ପତି ଓମ୍‌ ବିର୍ଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଅନୁରାଧ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ବିରୋଧରେ ସ୍ଲୋଗାନ ଦେଇଚାଲିବାରୁ ବାଚସ୍ପତି ଗୃହକୁ କିଛି ସମୟ ମୁଲତବୀ ରଖିଥିଲେ।
ଶୂନ୍ୟକାଳରେ ଭାଜପାକୁ ସମାଲୋଚନା କରି ଚୌଧୁରୀ କହିଥିଲେ, ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କୁ ଗୁଳି କରାଯାଉଛି। ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ଆନ୍ଦୋଳନକାରୀ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ସେ ଅଭିଯୋଗ କରିଥିଲେ। ଏଥିପାଇଁ ଭାଜପାକୁ ଦାୟୀ କରି ସେମାନେ ନକଲି ହିନ୍ଦୁ ବୋଲି କହିଥିଲେ ଚୌଧୁରୀ। ହଟ୍ଟଗୋଳ ମଧ୍ୟରେ ୯ଟି ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ସମ୍ବିଧାନକୁ ସୁଦୃଢ଼ କରିବାକୁ ଚାହୁଁଥିଲେ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ କହିଥିଲେ।
ଭାଜପା ସଦସ୍ୟ ପର୍‌ଭେଶ ବର୍ମା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବାରୁ କଂଗ୍ରେସ ଏବଂ ଡିଏମ୍‌କେ ସମେତ ବିରୋଧୀ ସଦସ୍ୟମାନେ ‘ସରମ କରୋ’ ସ୍ଲୋଗାନ ଦେଇ କକ୍ଷତ୍ୟାଗ କରି ଚାଲିଯାଇଥିଲେ। ପାର୍ଲାମେଣ୍ଟ ବାହାରେ ସଦସ୍ୟ ଦେଇଥିବା କୌଣସି ମନ୍ତବ୍ୟକୁ ଗୃହରେ ଉଠାଯାଇପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ। ସୂଚନାଯୋଗ୍ୟ, ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ କମିଶନ ବର୍ମାଙ୍କ ଭୋଟ ପ୍ରଚାର ଉପରେ କଟକଣା ଲଗାଇଥିଲେ। ଆଲୋଚନା ଆରମ୍ଭ କରି ବର୍ମା କହିଥିଲେ, ନିର୍ଭୟା ଦୋଷୀଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଥିବାରୁ ଦେଶ ଗର୍ବିତ। ସେହିପରି ପାର୍ଲାମେଣ୍ଟକୁ କାଗଜମୁକ୍ତ କରିବା ଓ ନୂଆ ସଦସ୍ୟମାନଙ୍କୁ କହିବା ପାଇଁ ସୁଯୋଗ ଦେଇଥିବାରୁ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ। ସାଧାରଣ ଲୋକଙ୍କ ପାଇଁ ବଜେଟରେ ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ଏଥିପାଇଁ ବର୍ମା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ।
ରାଜ୍ୟ ସଭାରେ ମଧ୍ୟ ସିଏଏ ଏବଂ ଏନ୍‌ପିଆର୍‌କୁ ନେଇ ଝଡ଼ ଉଠିଥିଲା। କଂଗ୍ରେସ, ଟିଏମ୍‌ସି, ସିପିଏମ୍‌ ସଦସ୍ୟମାନେ ସିଏଏ ଏବଂ ଏନ୍‌ପିଆର୍‌ ପ୍ରସଙ୍ଗ ଉଠାଇ ଏହା ଉପରେ ଆଲୋଚନା ଦାବି କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଥିଲେ, ଭାଜପା ନେତା ଓ ମନ୍ତ୍ରୀମାନେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟମାନ ଦେଉଛନ୍ତି। ଲୋକଙ୍କୁ ଗୁଳି କରିଦିଅ, ନର୍କକୁ ପଠାଇଦିଅ ବୋଲି କୁହାଯାଉଛି। ଏଥିପାଇଁ ଭାଜପା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଥିଲେ। ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ଉପରେ ଆଲୋଚନା ପାଇଁ ଡିଏମ୍‌କେ, ସିପିଆଇ, ସିପିଏମ୍‌, ଏନ୍‌ଆର୍‌ସି, ଆରଜେଡି, ଟିଏମ୍‌ସି ଏବଂ ସମାଜବାଦୀ ପାର୍ଟି ସମେତ ସବୁ ବିରୋଧୀ ଦଳ ନୋଟିସ ଦେଇଥିଲେ ବୋଲି ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ କହିଥିଲେ। ଭାଜପା ସଦସ୍ୟ ଭୂପେନ୍ଦ୍ର ଯାଦବଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ବିରୋଧୀ ସୁଯୋଗ ଦେଇ ନ ଥିଲେ। ଅଚଳାବସ୍ଥା ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ରାଜ୍ୟ ସଭାକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ।
ଗୃହରେ ଅଚଳାବସ୍ଥା ପାଇଁ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି ଭାଜପା। ବିରୋଧୀ ଦଳ ଭୋଟବ୍ୟାଙ୍କ ରାଜନୀତି କରୁଥିବା ଭାଜପା କହିଛି। କଂଗ୍ରେସକୁ ସମାଲୋଚନା କରି ଭାଜପା ନେତା ବର୍ମା କହିଥିଲେ, ଏହା ରାଜୀବ ଫିରୋଜ ଖାନ୍‌ ସରକାର ନୁହେଁ, ନରେନ୍ଦ୍ର ମୋଦି ସରକାର। ସିଏଏକୁ ପ୍ରତ୍ୟାହାର କରିନେବା ପ୍ରଶ୍ନ ଉଠୁନାହିଁ। ଏହା ଦେଶର ସଂହତିର ପ୍ରଶ୍ନ। କଂଗ୍ରେସ ଭୋଟବ୍ୟାଙ୍କ ରାଜନୀତି ପାଇଁ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଭଳି ସମସ୍ୟା ସୃଷ୍ଟି କରିଥିଲା, ଯାହାକୁ ଆମେ ସମାଧାନ କରି ଦେଶକୁ ସୁଦୃଢ଼ କରିଛୁ ବୋଲି ବର୍ମା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri