ସିଏଏ: ଏକ ନୈତିକ ଓ ସାମ୍ବିଧାନିକ ପ୍ରତିଫଳନ

ଉତ୍ତର ଦିଲ୍ଲୀ ଯମୁନା ନଦୀ କୂଳରେ ମଜନୁକା ତିଲାର ଏକ ଶରଣାର୍ଥୀ ଶିବିରରେ ଜନ୍ମ ନିଏ ଏକ କୁନିଝିଅ ‘ନାଗରିକତା’। ପାକିସ୍ତାନରେ ଉପତ୍ୀଡ଼ନ ସହ୍ୟ କରି ନ ପାରି ତା’ ମା’ବାପା ଆସି ପହଞ୍ଚିଥିଲେ ସୀମାପାର ହୋଇ ଆମ ଦେଶରେ। ନାଗରିକତା ବିଲ୍‌ ଆଇନରେ ପରିଣତ ହେବା ପରେ ସମ୍ମାନର ସହିତ ବଞ୍ଚିବାର ଆଶା ନେଇ ସେମାନେ ଝିଅର ଏପରି ନାମକରଣ କରିଥିଲେ। ତାଙ୍କ ଦେଶରେ ଦୀର୍ଘଦିନ ଧରି ନାଗରିକତ୍ୱରୁ ବଞ୍ଚିତ ଥିବା ଏହି ଦମ୍ପତିଙ୍କ ମନରେ ନାଗରିକତା ବିଲ୍‌ ଆଇନରେ ପରିଣତ ହେବା ପରେ ଆଶାର ସଞ୍ଚାର ହୋଇଛି।
ନାଗରିକତା ସଂଶୋଧନ ଆଇନ ପାରିତ ହେବା ପରେ ଗୁଜବକୁ କେନ୍ଦ୍ରକରି ଉଠିଥିବା ବିରୋଧାଭାସ ଅନ୍ତରାଳରେ ରହିଯାଇଛି କେତେକ ଅସମାହିତ ପ୍ରଶ୍ନ। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି – କେତେକ ଦେଶରେ ଧର୍ମ ନାମରେ ନିର୍ଯାତନା ବାସ୍ତବତା ଉପରେ ପର୍ଯ୍ୟବସିତ ନା ନୁହେଁ? ଏଭଳି ନିର୍ଯାତନାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ କ୍ଳେଶକୁ ଭାରତ ପରି ଏକ ସଭ୍ୟତାସମ୍ପନ୍ନ ରାଷ୍ଟ୍ର ଦୂର କରିପାରିବ କି ନାହିଁ? ଶେଷରେ ନାଗରିକତା ସଂଶୋଧନ ଆଇନ ସାମ୍ବିଧାନିକ ବିଧିବ୍ୟବସ୍ଥାର ଉଲ୍ଲଂଘନ କରୁନାହିଁ ତ? ଯଦି ଏହିସବୁ ତଥ୍ୟ ସତ୍ୟ ନୁହେଁ, ତେବେ ଲୋକମାନଙ୍କ ମଧ୍ୟରେ କରାଯାଉଥିବା ପ୍ରଚାର ନିଶ୍ଚିତଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
ଯେତେବେଳେ ଭାରତୀୟ ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଉପରେ ଆଲୋଚନା ଚାଲିଥିଲା, ସେତେବେଳେ ଆମେରିକାର ପରରାଷ୍ଟ୍ର ବିଭାଗ ‘ପାକିସ୍ତାନକୁ ଧାର୍ମିକ ସ୍ବାଧୀନତା ଉଲ୍ଲଂଘନକାରୀ’ ବୋଲି ଅଭିହିତ କରିଥିଲା। ନାଗରିକତା ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବିଭିନ୍ନ ତଥ୍ୟକୁ ଭିତ୍ତିକରି ଜାନୁୟାରୀ ୨୦୧୯ରେ ଉଭୟ ସଦନରେ ସେମାନଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ନିକଟରେ ୟୁରୋପୀୟ ସଂସଦ ଦ୍ୱାରା ମଧ୍ୟ ପାକିସ୍ତାନରେ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁ ଏବଂ ମହିଳାମାନଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି। ବିଶେଷକରି ଅନେକ ହିନ୍ଦୁ ସେ ଦୃଷ୍ଟିରୁ ଭାରତରେ ରାଜନୀତିକ ଆଶ୍ରୟ ଲୋଡ଼ିଛନ୍ତି। ଏକଥା କହିବା ବାହୁଲ୍ୟ ଯେ ନାଗରିକତା ସଂଶୋଧନ ଆଇନ ଅଧୀନରେ ଆସୁଥିବା ତିନୋଟି ଯାକ ରାଷ୍ଟ୍ରଧର୍ମ ଭିତ୍ତିରେ ଗଠିତ।
ଏବେ ଦ୍ୱିତୀୟ ପ୍ରଶ୍ନକୁ ଆସିବା। ଯଦି ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ କେହି ବ୍ୟକ୍ତି ଆଶ୍ରୟ ଲୋଡ଼େ ତେବେ ସେ କ୍ଷେତ୍ରରେ ଭାରତ ନିକଟରେ କ’ଣ ବିକଳ୍ପ ରହିଛି? ଏ ନେଇ ୧୯୫୦ ମସିହାରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଇଥିବା ମନ୍ତବ୍ୟ ବେଶ୍‌ ପ୍ରଣିଧାନଯୋଗ୍ୟ। ହବ୍‌ସଙ୍କ ଯୁକ୍ତିକୁ ତର୍ଜମା କରି ସେ କହିଥିଲେ- ”ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଜୀବନ କଦର୍ଯ୍ୟ, ଭୟଙ୍କର ଏବଂ ନିର୍ଦ୍ଦୟ।“ ଭାରତ ହେଉଛି ଶିଖ୍‌, ଜୈନ ଓ ବୌଦ୍ଧ ଭଳି ମହାନ୍‌ ଧର୍ମର ଜନ୍ମଦାତା। ଭାରତୀୟ ସଂସ୍କୃତି ବିଭିନ୍ନ ଧର୍ମ, ସମ୍ପ୍ରଦାୟ ଓ ପରମ୍ପରାକୁ ନେଇ ଗଠିତ। ନାଗରିକତା ସଂଶୋଧନ ଆଇନ ଏହି ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ଦିଗରେ ଏକ ପଦକ୍ଷେପ।
ଶେଷରେ, ସ୍ଥାୟୀ ନାଗରିକତା ଆଇନ ତିଆରି କରିବା ଦାୟିତ୍ୱ ସଂସଦ ଉପରେ ଛାଡ଼ି ଦିଆଯାଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ନାଗରିକତା ସଂଶୋଧନ ଆଇନ (ସିଏଏ) ଭାରତୀୟ ସମ୍ବିଧାନର ଧାରା ୧୪ରେ ଥିବା ବ୍ୟବସ୍ଥା ଅନୁଯାୟୀ, ସମାନତା ଅଧିକାର ପୂରଣ କରୁଛି ନା ନାହିଁ। ସଂକ୍ଷେପରେ କହିବାକୁ ଗଲେ, ଭାରତର ଭୂଭାଗ ମଧ୍ୟରେ ରାଷ୍ଟ୍ର କୌଣସି ବ୍ୟକ୍ତିଙ୍କୁ ଆଇନ ଆଗରେ ସମାନତା କିମ୍ବା ଆଇନର ସମାନ ସଂରକ୍ଷଣରୁ ବଞ୍ଚିତ କରିପାରିବ ନାହିଁ। ଏଥି ସହିତ ସ୍ବତନ୍ତ୍ର ପୃଥକୀକରଣ ମାଧ୍ୟମରେ ଧାରା ୧୪ରେ କୌଣସି ପ୍ରକାରର ଅବମୂଲ୍ୟାୟନ ‘ତର୍କ ସଂଗତ ଓ ସୁସ୍ପଷ୍ଟ ବିଭେଦୀକରଣ’ର ଦ୍ୱୈତ ଉଦ୍ଦେଶ୍ୟକୁ ପୂରଣ କରୁଥିବା ଏବଂ ଧାର୍ଯ୍ୟ ଲକ୍ଷ୍ୟ ହାସଲ ସହ ସଂଶ୍ଳିଷ୍ଟ ହେବା ଆବଶ୍ୟକ। ଅତୀତରେ ବିଭିନ୍ନ ନ୍ୟାୟିକ ରାୟ ମଧ୍ୟ ଏହାକୁ ସମର୍ଥନ କରିଛି।
ନାଗରିକତା ସଂଶୋଧନ ଆଇନର ଲକ୍ଷ୍ୟ ଓ ମୌଳିକତା ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଛନ୍ତି। ଆମର ସାତଟି ପଡୋଶୀ ରାଷ୍ଟ୍ର ମଧ୍ୟରୁ ସିଏଏ ଲାଗୁ ହୋଇଥିବା ତିନୋଟି ରାଷ୍ଟ୍ରର ସମ୍ବିଧାନରେ ‘ରାଷ୍ଟ୍ରଧର୍ମ’ ଉପରେ ଅବତାରଣା କରାଯାଇଛି। ସେ ଦୃଷ୍ଟିରୁ ଆମର ଦ୍ୱିପାକ୍ଷିକ ସମ୍ପର୍କରେ କୌଣସି ବାଛ ବିଚାର କରାଯାଇନାହିଁ। ଇତିହାସ ପୃଷ୍ଠା ଲେଉଟାଇଲେ ଜଣାପଡ଼େ ଯେ, ଭାରତ ଏବଂ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଆଗରୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ଆସିବା ଥିଲା। ଏପରି କି ଯାତ୍ରା ଅବଧି ସରିଯିବା କିମ୍ବା ଅସମ୍ପୂର୍ଣ୍ଣ ଦସ୍ତାବିଜ ଥାଇ ମଧ୍ୟ ଧାର୍ମିକ ଉପତ୍ୀଡ଼ନରୁ ରକ୍ଷା ପାଇବା ପାଇଁ ସେ ଦେଶରୁ ଲୋକମାନେ ଆମ ଦେଶକୁ ଆସି ଆଶ୍ରୟ ଲୋଡ଼ିଛନ୍ତି। ମୋଦି ସରକାର ମଧ୍ୟ ପାସ୍‌ପୋର୍ଟ ଆଇନ-୧୯୨୦ ଓ ବିଦେଶୀ ଆଇନ-୧୯୪୬ର ଉଲ୍ଲଂଘନ କରି ସେସବୁ ଦେଶରୁ ଆସିଥିବା ନାଗରିକମାନଙ୍କ ପ୍ରତି କୌଣସି ଦଣ୍ଡବିଧାନ କରିନାହାନ୍ତି ଏବଂ ସେମାନଙ୍କୁ ଦୀର୍ଘସୂତ୍ରୀ ଭିଜା ମଧ୍ୟ ପ୍ରଦାନ କରିଛନ୍ତି। ସିଏଏ ବଳରେ କେବଳ ନିର୍ଯାତିତ ସଂଖ୍ୟାଲଘୁମାନେ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ।
ନାଗରିକତା ସଂଶୋଧନ ଆଇନ ସମ୍ବିଧାନର ୨୫ ଧାରାକୁ ଉଲ୍ଲଂଘନ କରୁଛି କି ନାହିଁ ସେଥିନେଇ ମଧ୍ୟ ତର୍କ ବିତର୍କ ଚାଲିଛି। ସ୍ବାଧୀନଭାବେ ଧର୍ମର ପ୍ରଚାର ଓ ପାଳନ ନେଇ ଧାରା ୨୫ ସମସ୍ତଙ୍କୁ ଅଧିକାର ଦେଇଛି। ସେ ଦୃଷ୍ଟିରୁ ସିଏଏ ଏହାର କୌଣସି ଉଲ୍ଲଂଘନ କରୁନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟଭାବେ କହିଛନ୍ତି ଯେ, ଏହା ସଂଖ୍ୟାଲଘୁମାନଙ୍କ ଅଧିକାର ଉଲ୍ଲଂଘନ କରୁନାହିଁ ବା ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେବାଦ୍ୱାରା ଦେଶର ଧର୍ମନିରପେକ୍ଷତା ଓ ପରମ୍ପରା ପ୍ରତି କୌଣସି ପ୍ରଶ୍ନବାଚୀ ସୃଷ୍ଟି ହେଉନାହିଁ।
ଯୁଗଯୁଗ ଧରି ଉପତ୍ୀଡ଼ନ ସହ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଏହା ହେଉଛି ଏକ ଐତିହାସିକ ପଦକ୍ଷେପ। ସ୍ବାଚ୍ଛନ୍ଦ୍ୟରେ ବଢିଥିବା କେତେକ ନେତା, ଯେଉଁମାନେ ରାସ୍ତାଘାଟରେ ଏହି ଘଟଣାକୁ ନେଇ ହିଂସା ଉଦ୍ରେକ କରୁଛନ୍ତି, ସେମାନଙ୍କୁ ଶାଳୀନତା ରକ୍ଷା କରିବା ପାଇଁ ମୁଁ ନିବେଦନ କରୁଛି। ସେ ଦୃଷ୍ଟିରୁ ୧୮୯୩ ମସିହାର ପ୍ରସିଦ୍ଧ ବିଶ୍ୱ ଧର୍ମ ସଂସଦରେ ସ୍ବାମୀ ବିବେକାନନ୍ଦ ଦେଇଥିବା ଭାଷଣ ବେଶ୍‌ ସ୍ମରଣୀୟ। ସେ କହିଥିଲେ- ”ପୃଥିବୀର ପ୍ରତ୍ୟେକ ଦେଶ ଓ ଧର୍ମରୁ ଉପତ୍ୀଡ଼ନ ସହ୍ୟ କରି ଓ ଶରଣାର୍ଥୀ ହୋଇ ଆସିଥିବା ଲୋକମାନଙ୍କୁ ଆଶ୍ରୟ ଦେଇଥିବା ଏକ ମହାନ୍‌ ଦେଶରୁ ଆସିଥିବାରୁ ମୁଁ ଗର୍ବିତ।“ ନାଗରିକତା ସଂଶୋଧନ ଆଇନ ସେ ଦୃଷ୍ଟିରୁ ଏହିସବୁ ଆଶା ଓ ସମ୍ଭାବନାକୁ ପୂରଣ କରିଛି।
– ପେଟ୍ରୋଲିୟମ,
ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri