Categories: ଜାତୀୟ

ସିଏଏକୁ ବିରୋଧ କରି ଷ୍ଟାଲିନଙ୍କ ଦସ୍ତଖତ ଅଭିଯାନ

ଚେନ୍ନାଇ,୨।୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ଥମିବାର ନାଁ ନେଉନି। ରବିବାର ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଦ୍ୱାରା ସିଏଏକୁ ବିରୋଧ କରି ଚେନ୍ନାଇଠାରେ ଏକ ଦସ୍ତଖତ ଅଭିଯାନ କରାଯାଇଛି। ଏହାକୁ ନେଇ ଷ୍ଟାଲିନ କହିଛନ୍ତି ଡିଏମ୍‌କେ ଓ ଏହାର ସହଯୋଗୀ ଦଳ ୨ ଫେବୃୟାରୀରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌କୁ ବିରୋଧ କରି ତାମିଲନାଡୁରେ ଦସ୍ତଖତ ଅଭିଯାନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଦସ୍ତଖତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ସେ କହିଛନ୍ତି। ଏହାପରେ ସେ ଶନିବାର ଲୋକ ସଭାରେ ଉପସ୍ଥାପନ କରାଯାଇଥିବା ବଜେଟକୁ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଚଳିତ ବଜେଟରେ ଗରିବ ଓ ପଛୁଆ ବର୍ଗଙ୍କ ପାଇଁ କୌଣସି ସୁବିଧା କରାଯାଇନାହିଁ। ଏଥିରେ ବେକାରୀ ସମସ୍ୟାର ସମାଧାନ ହେବନାହିଁ। ଏହା କେବଳ କୋଟିପତିଙ୍କୁ ସୁହାଇବା ଭଳି ବଜେଟ ବୋଲି ସେ ମତ ରଖିଛନ୍ତି।

Share