Categories: ଜାତୀୟ

ସିଏଏକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଶିମ୍‌ଲା,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ବିରୋଧୀ କଂଗ୍ରେସ ଏବେ ଏହାକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ଆଉ ଏହାର ଜବାବ ରଖିଛି ଭାଜପା। ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ସିଏଏ ଲାଗୁ କରି ଭାଜପା ଅଳ୍ପ ସଂଖ୍ୟକ, ମୁସଲିମଙ୍କଠାରୁ ନାଗରିକତ୍ୱ ନେଇ ଯିବାକୁ ଚାହୁଁଛି। ଏହାର ଜବାବରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ରାହୁଲ ବାବା ଦେଖାନ୍ତୁ ଏହି ଆଇନର କୌଣସି ଗୋଟିଏ କ୍ଲଜରେ କାହାର ନାଗରିକତା ଛଡାଇ ନେବା ଉଲ୍ଲେଖ କରାଯାଇଛି। ଶୁକ୍ରବାର ଶିମ୍‌ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା ଏହା କହିଛନ୍ତି।

Share