Categories: ଜାତୀୟ

ସିଆରପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ଶହୀଦ

ଶ୍ରୀନଗର,୪।୫: ଜମ୍ମୁ-କଶ୍ମୀରର ହନ୍ଦଓ୍ବାରାରେ ସୋମବାର ପୁଣି ଏକ ଆତଙ୍କବାଦୀମାନେ ଆକ୍ରମଣ କରନdନ୍ତି।ହୋଇଛି। କଶ୍ମୀର ଘାଟିର କୁପଓ୍ବାରା ଜିଲା ହନ୍ଦଓ୍ବାରାରେ ସିଆରପିଏଫ୍‌ର ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଏନ୍‌କାଉଣ୍ଟରରେ ୩ ଜଣ ଯବାନ ଶହୀଦ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହନ୍ଦଓ୍ବାରା କାଜିବାଦ ଅଞ୍ଚଳରେ ଯାଉଥିବା ସିଆରପିଏଫ୍‌ର ଏକ ପାଟ୍ରୋଲିଂ ଟିମ୍‌ ଉପରକୁ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଏହାର ପ୍ରତି ଜବାବରେ ସିଆରପିଏଫ୍‌ ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ଗୁଳିବିନିମୟରେ ୩ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀଙ୍କ ମୃତୁ୍ୟୁ ହୋଇଛି। ଘଟଣାସ୍ଥଳରେ ଏବେ ବି ଗୁଳିବିନିମୟ ଜାରି ରହିଛି।

Share