ସିଆରଜେଡ଼ ଜନଅଭିଯୋଗ ଶୁଣାଣି: ଆସିଲେନି ବିଭାଗୀୟ ଅଧିକାରୀ, ତହସିଲଦାର ହଟହଟା

ବାଲିଆପାଳ,୧୩।୧(ସ୍ବ.ପ୍ର.)-ସାମୁଦ୍ରିକ ତଟବର୍ତ୍ତୀ ପରିଚାଳନା ଜୋନ (ସିଆରଜେଡ୍‌)ର ପ୍ରସ୍ତାବିତ ନକ୍ସା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ଲୋକଙ୍କଠାରୁ ଅଭିଯୋଗ ଶୁଣିବା ପାଇଁ ବାଲିଆପାଳ ତହସିଲଦାର ସୋମବାର ତାରିଖ ଧାର୍ଯ୍ୟ କରିବା ସହିତ ସର୍ବସାଧାରଣଙ୍କୁ ନୋଟିସ ଦେଇଥିଲେ। ଏହି ଶିବିରକୁ ବିଭିନ୍ନ ବିଭାଗର ଅଧିକାରୀମାନେ ନ ଆସିବାରୁ ବାଲିଆପାଳ ତହସିଲଦାର ସମ୍ମିତା ମୁର୍ମୁଙ୍କୁ ସାଧାରଣରେ ହଟହଟା ହେବାକୁ ପଡ଼ିଛି। ଅପରପକ୍ଷରେ ସିଆରଜେଡ଼ ପରିଚାଳନା ଏବଂ ନକ୍ସା ପ୍ରସ୍ତୁତକୁ ବିରୋଧ କରି ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଏହାର ପ୍ରତିବାଦ କରାଯାଇ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
କେନ୍ଦ୍ରର ସିଆରଜେଡ଼ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡ଼ିଶା ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ଲାନ ମ୍ୟାପ ପ୍ରସ୍ତୁତ କରାଯାଇଛି। ଜିଲାସ୍ତରରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ତହସିଲସ୍ତରରେ ସମ୍ମୁଖ କୂଳବର୍ତ୍ତୀ ଚଉମୁଖ, ଡଗରା, ବେତଗଡ଼ିଆ, ଅଳାଡ଼ିହା, ନୂଆଗାଁ ଜମ୍ଭୀରାଇ ପଞ୍ଚାୟତବାସୀଙ୍କୁ ଅବଗତ କରାଇବା ଏବଂ ସେମାନଙ୍କର ମତାମତ ନେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାଲିଆପାଳ ତହସିଲଦାର ଜାନୁୟାରୀ ୧୩ ତାରିଖକୁ ଦିନଧାର୍ଯ୍ୟ କରିବା ସହିତ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଏବଂ ଜନସାଧାରଣଙ୍କୁ ନୋଟିସ ଦେଇଥିଲେ। ଏହି ଜନଶୁଣାଣି ଶିବିରରେ ବାଲିଆପାଳ ବିଡ଼ିଓ, ବନଖଣ୍ଡ ଅଧିକାରୀ, ଜିଲା ମତ୍ସ୍ୟ ଅଧିକାରୀ ଏବଂ ଜିଲା ପର୍ଯ୍ୟଟନ ଅଧିକାରୀ ଉପସ୍ଥିତ ରହି ଜନସାଧରଣଙ୍କ ମତାମତ ଗ୍ରହଣ କରିବାର ଥିଲା। ସୋମବାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ୨ ହଜାରରୁ ଅଧିକ ଲୋକ ତହସିଲ ଆସିଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖା ନ ଥିଲା। ଅପରପକ୍ଷରେ ବାଲିଆପାଳର ଭାରପ୍ରାପ୍ତ ତହସିଲଦାର ସମ୍ମିତା ମୁର୍ମୁ ଜନସାଧରଣଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପରେ ଭିଟାମାଟି ସୁରକ୍ଷା କମିଟିର ଉପଦେଷ୍ଟା ଅରୁଣ ଜେନାଙ୍କ ନେତୃତ୍ୱରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକମାନେ ଏକ ଶୋଭାଯାତ୍ରାରେ ଆସି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଜିର ଜନଶୁଣାକୁ ବାତିଲ କରିବାକୁ ଦାବି କରି ଦାବିପତ୍ର ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ବାଲିଆପାଳର ଭାରପ୍ରାପ୍ତ ତହସିଲଦାରଙ୍କୁ ପଚାରିବାରୁ ସେ ଆଜିର ଘଟଣା ଏବଂ ଅନୁପସ୍ଥିତ ଥିବା ଅଧିକାରୀଙ୍କ ସମ୍ପର୍କରେ ଜିଲା କାର୍ଯ୍ୟାଳୟକୁ ଜଣାଇବେ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟପନ୍ଥା ନିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri