Categories: ଜାତୀୟ

ସିଆଚେନ୍‌-ଡୋକଲାମ୍‌ରେ ଭୋକରେ ରହୁଛନ୍ତି ଯବାନ: ମିଳୁନି ଖାଦ୍ୟ ପଦାର୍ଥ

ନୂଆଦିଲ୍ଲୀ,୪।୨: ଭାରତ-ଚାଇନା ସୀମାରେ ସମୁଦ୍ର ପତ୍ତନଠାରୁ ୯ ହଜାରରୁ ଅଧିକ ଫୁଟ ଉଚ୍ଚରେ ଦେଶ ସୁରକ୍ଷାରେ ସେନା ଯବାନ ମୁତୟନ ରହିଛନ୍ତି। ଏଠାରେ ଥିବା ସିଆଚେନ୍‌ ଏବଂ ଡୋକଲାମ ଆଦି ଦୁର୍ଗମ ଅଞ୍ଚଳରେ ସେନା ଯବାନଙ୍କୁ ଖାଦ୍ୟ ପଦାର୍ଥ ଠିକ୍‌ ସମୟରେ ଯୋଗାଇ ଦିଆଯାଉନାହିଁ। ଆବଶ୍ୟକ ଖାଦ୍ୟ ପଦାର୍ଥ ମହଜୁଦ୍‌ ଥିଲେ ମଧ୍ୟ ଯୋଗାଣରେ ଅନିୟମିତତା ହେଉଥିବା ଏନେଇ ଲୋକ ସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ଏଠାରେ ଥିବା ଯବାନଙ୍କୁ ଫେସ୍‌ ମାସ୍କ୍‌, ସ୍ବତନ୍ତ୍ର ଜୋତା, କୋଟ୍‌, ଚଷମା, ଗ୍ଲୋଭସ୍‌, ଜ୍ୟାକେଟ୍‌ ଏବଂ ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଯୋଗାଇବାରେ ଅନିୟମିତତା ହେଉଛି। ଖାଦ୍ୟ ପଦାର୍ଥ ଅଭାବ ଯୋଗୁ ବହୁ ସମୟରେ ଯବାନ ଭୋକରେ ମଧ୍ୟ ରହୁଥିବା କୁହାଯାଉଛି। ସିଏଜି ରିପୋର୍ଟ ପୃଷ୍ଠା ୨୨ରେ ଏନେଇ ତଥ୍ୟ ପ୍ରକାଶ ପାଇଛି। ସିଏଜି ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share