ସିଆଚେନ୍‌ ଗ୍ଲାସିୟରକୁ ନେଇ ନିର୍ମାଣ ହେବ ଫିଲ୍ମ ‘ସିଆଚେନ ଓ୍ବାରିୟର୍ସ’

ମୁମ୍ବାଇ: ବଲିଉଡ୍‌ରେ ପୁଣିଥରେ ଦେଖିବାକୁ ମିଳିବ ଦେଶଭକ୍ତିର କାହାଣୀ। ତେବେ ଭାରତୀୟ ସେନାଙ୍କ କାହାଣୀକୁ ନେଇ ବଲିଉଡ୍‌ରେ ନିର୍ମାଣ କରାଯାଉଥିବା ଫିଲ୍ମ ଭଲ ବ୍ୟବସାୟ କରୁଥିବା ବେଳେ ଦର୍ଶକେ ଏହାର ଅପେକ୍ଷା ରହୁଥିବା ଦେଖାଯାଇଛି। ‘ଉରି-ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ଏହାର ଏକ ବଡ ଉଦାହରଣ। ଏହାକୁ ଦୃଷ୍ଟିରେ ରଖି ଏବେ ଦର୍ଶକଙ୍କୁ ଆଉ ଏକ ଦେଶପ୍ରେମର କାହାଣୀ ବଖାଣୁଥିବା ଫିଲ୍ମ ଭେଟି ଦେବାକୁ ପ୍ରସ୍ତୁତ ହେଉଛି ବଲିଉଡ୍‌। ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହର ଏହାର ସୂଚନା ଦେଇଛନ୍ତି। ନିର୍ଦ୍ଦେଶକ ସଞ୍ଜୟ ଶେଖର ସେଟ୍ଟି ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ‘ସିଆଚେନ ଓ୍ବାରିୟର୍ସ’। କରନ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସତ୍ୟ ଘଟଣା ଉପରେ ଅଧାରିତ ଏହି ଫିଲ୍ମର କାହାଣୀ ପିୟୁଷ ଗୁପ୍ତା ଓ ଗୌତମ ବେଦ ଲେଖୁଥିବା ବେଳେ ନୀତୀଶ ତିଓ୍ବାରି ତାଙ୍କ ସ୍ତ୍ରୀ ଅଶ୍ୱିନି ଆୟାରଙ୍କ ସହ ମିଶି ଏଥିରେ କାମ କରିବେ ବୋଲି ଜଣାପଡିଛି।

Share