Categories: ଜାତୀୟ

ସିଆଚେନରେ ହିମସ୍ଖଳନ : ୨ ଯବାନ ଶହୀଦ

ଶ୍ରୀନଗର, ୧ା୧୨(ପି.ଟି.): କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦକ୍ଷିଣ ସିଆଚେନ୍‌ ଗ୍ଲାସିୟର୍‌ ସେକ୍ଟର ନିକଟରେ ଶନିବାର ପାଟ୍ରୋଲିଂ କରୁଥିବା ବେଳେ ହଠାତ୍‌ ହିମସ୍ଖଳନ ହେବାରୁ ୨ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ପ୍ରାୟ ୧୮ ହଜାର ଫୁଟ ଉପରେ ସେମାନେ ପାଟ୍ରୋଲିଂ କରୁଥିଲେ ବୋଲି ଶ୍ରୀନଗରର ପ୍ରତିରକ୍ଷା ବିଭାଗର ମୁଖପାତ୍ର କହିଛନ୍ତି। ହିମସ୍ଖଳନ ପରେ ଉଦ୍ଧାରକାରୀ ଦଳ, ମେଡିକାଲ ଟିମ୍‌୍‌ ଓ ସେନା ହେଲିକପ୍ଟର ସେଠାରେ ପହଞ୍ଚି କାର୍ଯ୍ୟାରମ୍ଭ କରିଥିଲେ ହେଁ ୨ ଯବାନ ପ୍ରାଣ ହରାଇଥିଲେ। ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଥିବା ସେନା ମୁଖପାତ୍ର ପ୍ରକାଶ କରିଛନ୍ତି।

Share