ସିଂହଦ୍ୱାରରେ ସ୍ଥାପନ ହେଲା ଜୟ, ବିଜୟ ମୂର୍ତ୍ତି

ପୁରୀ ଅଫିସ, ୧୭।୬: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୋମବାର ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି। ମେ’ ୩ ତାରିଖରେ ବାତ୍ୟା ‘ଫନୀ’ରେ ସିଂହଦ୍ୱାରରେ ଥିବା ଉକ୍ତ ମୂର୍ତ୍ତି ଭାଙ୍ଗିଯାଇଥିଲା। ରବିବାର ଭୂର୍ତ୍ତି ଦୁଇଟି ଏକ ସ୍ବତନ୍ତ୍ର ଗାଡ଼ିରେ ଯାଜପୁର ଜିଲାର ବଡ଼ଚଣା ବ୍ଲକରୁ ପୁରୀ ଅଣାଯାଇଥିଲା। ଶୁଖୁଆପଡ଼ା ଗ୍ରାମର ଶିଳ୍ପୀ ନିର୍ମଳ ମହାରଣା ଏହି ମୂର୍ତ୍ତି ଦୁଇଟିକୁ ଗଢ଼ିଛନ୍ତି।