ସାହୋ: ରିଲିଜ୍‌ ହେଲା ‘ଇନି ସୋନି’ର ଟିଜର୍‌

ମୁମ୍ବାଇ: ଶ୍ରଦ୍ଧା କପୁର ଓ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାହୋ’ର ରୋମାଣ୍ଟିକ୍‌ ଟ୍ରାକ୍‌ ‘ଇନି ସୋନି’ ଗୀତର ଟିଜର୍‌ ହୋଇଛି। ନିକଟରେ ଏହାର ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଏହାର ଟିଜର୍‌। ତେବେ ଗୀତଟି ଖୁବ୍‌ଶୀଘ୍ର ରିଲିଜ୍‌ ହେବ ବୋଲି ଜଣାପଡିଛି। ଏଥିରେ ଗୁରୁ ରନ୍ଧଓ୍ବା ଓ ତୁଲସୀ କୁମାର କଣ୍ଠଦାନ କରିଥିବା ବେଳେ ଏହାର ଟିଜରକୁ ପ୍ରଭାସ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆସନ୍ତ ଅଗଷ୍ଟ ୨ର ଗୀତଟି ରିଲିଜ୍‌ ହେବ। ଅଗଷ୍ଟରେ ଫିଲ୍ମଟି ରିଲିଜ୍‌ ହେବାକୁ ଥିବା ବେଳେ ଏଥିରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ଲଭ୍‌ କେମେଷ୍ଟ୍ରି ଦର୍ଶକଙ୍କୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ନିର୍ଦ୍ଦେଶକ।

Share