‘ସାହୋ’ ପାଇଁ କେତେ ପାରିଶ୍ରମିକ ନେଇଛନ୍ତି ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର ଏବେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ସାହୋ’ ପାଇଁ ଖୁବ୍‌ ବିଜି ଅଛନ୍ତି। ପ୍ରଥମ ଥର ଲାଗି ସେ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ସିଲଭର ସ୍କ୍ରିନ୍‌ରେ ନଜର ଆସିବେ। ଏବେ ଶ୍ରଦ୍ଧାଙ୍କ ଅଭିନୀତ ଫିଲ୍ମ ‘ସାହୋ’ର ଟ୍ରେଲ୍‌ ଓ ଏହାର ଗୀତକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିବା ବେଳେ ଏବେ ସମସ୍ତଙ୍କର ଅପେକ୍ଷା ଫିଲ୍ମକୁ। ତେବେ ‘ସାହୋ’ରେ ଅଭିନୟ କରିବାକୁ ଶ୍ରଦ୍ଧା କପୁର କୁଆଡେ ମୋଟା ଅଙ୍କର ପାରିଶ୍ରମିକ ଡିମାଣ୍ଡ କରିଥିବା ଆଲୋଚନା ହେଉଥିଲା। କିନ୍ତୁ ପ୍ରଥମେ ଏହି ଫିଲ୍ମ ପାଇଁ କ୍ୟାଟ୍ରିନାଙ୍କୁ ଅଫର ମିଳିଥିବା ବେଳେ ତାଙ୍କ ପାରିଶ୍ରମିକରେ ରାଜି ହୋଇ ନ ଥିଲେ ନିର୍ମାତା ନିର୍ଦ୍ଦେଶକ। ତଥାପି କ୍ୟାଟ୍ରିନା କୁଆଡେ ଏଥିପାଇଁ ୫ କୋଟି ଡିମାଣ୍ଡ କରିଥିବା ଶୁଣିବାକୁ ମିଳିଥିଲା। ହେଲେ ପୁଣିଥରେ ଶୁଣିବାକୁ ମିଳିଲା କି ଶ୍ରଦ୍ଧା ଏଥିପାଇଁ ୭ କୋଟି ଟଙ୍କା ନେଇଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ଖବର ଥିଲା। କେବଳ ପ୍ରମୋଶନ ପାଇଁ ଏଭଳି ପ୍ରଚାର କରାଯାଇଥିବା ପରେ ଜଣାପଡିଲା। ଅସଲରେ ‘ସାହୋ’ରେ ଅଭିନୟ ପାଇଁ ଶ୍ରଦ୍ଧା ୩ କୋଟି ଟଙ୍କା ପାରିଶ୍ରମିକ ନେଇଥିବା କୁହାଯାଉଛି।

Share