ସାହି ଗଣ୍ଡଗୋଳ : ୨ ଭାଇଙ୍କୁ ହତ୍ୟା

କେନ୍ଦୁଝର,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତ କାଶିଆ ଗ୍ରାମ ନାଏକ ସାହିରେ ଗୁରୁବାର ଅପରାହ୍ନରେ ମାଡପିଟ୍‌ ହୋଇ ୨ ଭାଇଙ୍କୁ ହତ୍ୟା କରାଯାଇଛି। ସାହି ଗଣ୍ଡଗୋଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମୃତକ  ଦ୍ୱୟ ହେଲେ ସମାର ନାଏକ  ଏବଂ ତାଙ୍କ ଭାଇ କରମୁ ନାଏକ। ଦୁଇଭାଇଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଉଦ୍ଧବ ନାଏକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।