ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର ବିଜେତାଙ୍କ ନାମ

ଷ୍ଟକହୋମ,୧୦।୧୦: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ଲେଖକ ଓଲାଗ ତୋକାର୍କଜୁକଙ୍କୁ ମିଳିଥିବା ବେଳେ ୨୦୧୯ ପାଇଁ ଅଷ୍ଟ୍ରିଆର ଲେଖକ ପିଟର ହ୍ୟାଣ୍ଡକେଙ୍କୁ ମିଳିଛି ନୋବେଲ ପୁରସ୍କାର। ଗୁରୁବାର ସ୍ବଦେଶୀ ଏକାଡେମୀ ଦ୍ୱାରା ଏହା ଘୋଷଣା କରାଯାଇଛି। ଦୀର୍ଘ ୭୦ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଗତବର୍ଷ ସାହିତ୍ୟରେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇ ନ ଥିଲା। # MeToo ବିବାଦ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ସାହିତ୍ୟ କ୍ଷେତ୍ରରେ ଏହା ସର୍ବୋଚ୍ଚ ସମ୍ମାନଯୋଗ୍ୟ ପୁରସ୍କାର ହୋଇଥିବା ବେଳେ ୧୯୦୧ରୁ ଏପର୍ଯ୍ୟନ୍ତ ୧୧୪ ଜଣଙ୍କୁ ଏହି ସମ୍ମାନ ମିଳିଥିବା ବେଳେ ଏଥିରେ ମାତ୍ର ୧୪ ଜଣ ମହିଳା ରହିଛନ୍ତି।

Share