ସାଳନ୍ଦୀ ହସ୍‌ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା,୧୨୦ ବେଡ ପ୍ରସ୍ତୁତ, କାର୍ଯ୍ୟରେ ଅବହେଳା ଲାଗି ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ନିଲମ୍ବିତ

ଭଦ୍ରକଅଫିସ, ୮।୪- କରୋନା ମହାମାରୀର ମୁକାବିଲା କରିବା ଲାଗି ଜାରି ରହିଥିବା ଲକ୍ ଡାଉନ ପରିସ୍ଥିତିରେ ଭଦ୍ରକ ସହର ସକାଳ ୬ଟା ଠାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ଯାଇଥିଲା । ଲକ୍ ଡାଉନ ସହିତ ଏରେଇଁ ପଞ୍ଚାୟତ, ଚରମ୍ପା ଷ୍ଟେସନ ଅଞ୍ଚଳ ଏବଂ ପୁରୁଣାବଜାର ଅଞ୍ଚଳରେ ଏବେ ବି ସଟଡାଉନ ଭଳି ସ୍ଥିତି ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକରେ କରୋନା ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଭାବେ ମୋଟେଲ ଛକ ସ୍ଥିତ ସାଳନ୍ଦୀ ଘରୋଇ ହସ୍‌ପିଟାଲକୁ ମନୋନୀତ କରାଯାଇଛି । ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ସାଳନ୍ଦୀ ହସ୍‌ପିଟାଲ ବୁଲି ସେଠାରେ ୧୨୦ଟି ବେଡ ପ୍ରସ୍ତୁତ ହୋଇଥିବା ପ୍ରକାଶ କରିଛନ୍ତି । ଯେଉଁମାନେ ସନ୍ଦିଗ୍ଧ ସେହିମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଏହି ହସ୍‌ପିଟାଲରେ ରଖି ଚିକିତ୍ସା କରାଯିବ । ଯଦି ସେମାନଙ୍କ ରକ୍ତ ନମୁନା ପଜିଟିଭ ବାହାରିବ ଏବଂ ସେମାନେ ସ୍ୱାଭାବିକ ରହିଥିବେ ତାହେଲେ ମଧ୍ୟ ସେମାନେ ଏହିଠାରେ ଚିକିତ୍ସିତ ହେବେ । ତେବେ ଯେଉଁମାନଙ୍କ ପାଇଁ ଆଇସିୟୁର ଆବଶ୍ୟକ ପଡ଼ିବ ସେମାନଙ୍କୁ କୋବିଡ଼ ୧୯ ଆଇସିୟୁ ସୁବିଧା ଥିବା ହସ୍‌ପିଟାଲକୁ ସ୍ଥାନାନ୍ତର କରାଯିବ । ଏହି କରୋନା ଚିକିତ୍ସା ନିମେନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ୬୮ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଏହି ହସ୍‌ପିଟାଲ ସଂଲଗ୍ନ ସାଳନ୍ଦୀ ନର୍ସିଂ ସ୍କୁଲ ହଷ୍ଟେଲରେ ରହି ଚିକିତ୍ସା ସେବା ପ୍ରଦାନ କରିବେ । ଜିଲାପାଳ ଡ. ଦାସ ସାଳନ୍ଦୀ ହସ୍‌ପିଟାଲ ବୁଲି ଏହାର ପ୍ରସ୍ତୁତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ଜିଲାପାଳ ସଟଡାଉନ ଥିବା ଏରେଇଁ ଗ୍ରାମ ପଞ୍ଚାୟତର ବିଶୋଧୀକରଣ ବ୍ୟବସ୍ଥା ବୁଲି ତଦାରଖ କରିଛନ୍ତି । ଏହି ପଞ୍ଚାୟତର ସମସ୍ତ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ ବିଶୋଧୀକରଣ କରାଯାଉଛି । ସେହିପରି ଏହି ସଟଡାଉନ ପିରିଅଡରେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଘରୁ ବାହାରିବାକୁ ମନା କରାଯାଇଛି । ଲୋକଙ୍କ ଆବଶ୍ୟକ ଥିବା ପରିବା, ଗ୍ରୋସରୀ ସାମଗ୍ରୀ ପ୍ରଶାସନ ପକ୍ଷରୁ ଟ୍ରଲି କିମ୍ବା ଅଟୋ ଯୋଗେ ନେଇ ଗ୍ରାମ ଗ୍ରାମରେ ପହଞ୍ଚାଇବାର ବନ୍ଦୋବସ୍ତ କରିବାକୁ ଜିଲାପାଳ ଭଦ୍ରକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍‌ଡାଉନ ସ୍ଥିତିରେ କୋବିଡ଼ ୧୯ କାର୍ଯ୍ୟରେ ନିୟୋଜିତ ତିହିଡ଼ି ବ୍ଲକରେ କାର୍ଯ୍ୟରତ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ କାହ୍ନୁ ଚରଣ ନାୟକଙ୍କୁ କାର୍ଯ୍ୟରେ ଅନୁପସ୍ଥିତ ରହିବା, କାର୍ଯ୍ୟରେ ଅବହେଳା ନିମନ୍ତେ ତାଙ୍କୁ ନିଲମ୍ବନ କରାଯାଇଛି । ଏଥି ସହିତ ନାୟକ ଉପଜିଲା ପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ମୋଟ୨୧୩ଟି କେନ୍ଦ୍ରରେ ୧୭ ହଜାର ୯୪୮ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri