ସାର ପାଇଁ ଆଧାର: ଚାଷୀଙ୍କ ଆକାଉଣ୍ଟକୁ ଯିବ ସବ୍‌ସିଡି ଟଙ୍କା; ଆସନ୍ତାବର୍ଷରୁ କାର୍ଯ୍ୟକାରୀ ହେବ ଡିବିଟି

ଭୁବନେଶ୍ୱର,୨୨। ୯(ବ୍ୟୁରୋ): ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ନେବା ଏବଂ ଧାନ ବିକିବା ପାଇଁ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏବେ ଚାଷୀମାନେ କିଣୁଥିବା ସାର ରିହାତି ଲାଗି ଆଧାର ସଂଯୋଗ କରାଯିବ। ରାଜ୍ୟରେ ଆସନ୍ତାବର୍ଷରୁ ସାର କିଣିବା ପାଇଁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି) ବ୍ୟବସ୍ଥା ଲାଗୁ ହେବ। ସାର ଉପରେ କେନ୍ଦ୍ର ସରକାର ଦେଉଥିବା ରିହାତି(ସବ୍‌ସିଡି) ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ସାର ଯୋଗାଣରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କର ଶତପ୍ରତିଶତ ଆଧାର ଲିଙ୍କ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଡିଲରମାନଙ୍କ ଠାରୁ ଚାଷୀ ସିଧାସଳଖ ସାର କିଣିବେ। ରନ୍ଧନ ଗ୍ୟାସ୍‌ ଭଳି ଚାଷୀଙ୍କୁ ପ୍ରଥମେ ସାରର ସମ୍ପୂର୍ଣ୍ଣ ଅର୍ଥ ଦେଇ କିଣିବାକୁ ପଡ଼ିବ। ପରେ ସବ୍‌ସିଡି କଟି ଚାଷୀଙ୍କ ଆକାଉଣ୍ଟକୁ ଯିବ । ଚାଷୀମାନେ ଡିଲରଙ୍କ ନିକଟରେ ନିଜର ଆଧାର ନମ୍ବର ଦେବାକୁ ହେବ। ଆଧାରକୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରାଯିବ। ସାର ନେବା ବେଳେ ଚାଷୀମାନେ ପଏଣ୍ଟ ଅଫ ସେଲ୍‌ ମେଶିନ(ପିଓଏସ୍‌)ରେ ଅଙ୍ଗୁଳି ଛାପ ଦେଇ ସାର କ୍ରୟ କରିବେ। ପ୍ରତ୍ୟେକ ଚାଷୀଙ୍କୁ ରସିଦ ଦିଆଯିବ। ଏହାଛଡା କେଉଁ ଡିଲର ନିକଟରେ କେତେକ ଚାଷୀ ସାର ନେଉଛନ୍ତି ତାହା ସହଜରେ ଜଣାପଡିଯିବ। ଡିଲରଙ୍କୁ ସାର କମ୍ପାନୀଗୁଡିକ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକାର ସାର ଯୋଗାଇ ଦେବେ। କୃଷି ବିଭାଗ ପକ୍ଷରୁ ଏ ନେଇ ସାର ବିକ୍ରି କରୁଥିବା ରାଜ୍ୟରେ ଥିବା ୧୧ ହଜାର ଡିଲରଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ସେମାନଙ୍କୁ ତାଲିମ ଦିଆଯିବ। ଆଧାର ସଂଯୋଗ ଏବଂ ପିଓଏସ୍‌ ମେଶିନ କିପରି ବ୍ୟବହାର ହେବ ସେ ନେଇ ତାଲିମ ଦିଆଯାଉଛି ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଚାଷୀମାନେ ଡିଲରଙ୍କ ଠାରୁ ରିହାତି ଦରରେ ସାର ପାଉଛନ୍ତି। ଏଥିଯୋଗୁ ଅନେକ ସମୟରେ ସାରରେ ଜାଲିଆତି ହୋଇଥାଏ। ସାର ଯେଉଁ ମାନର ହେବା କଥା ତାହା ନ ହୋଇ ଭେଜାଲ ହୋଇଥାଏ। ଚାଷୀ ବିଲରେ ପକାଇଲେ ମଧ୍ୟ ତାହା କାମ ଦେଇ ନ ଥାଏ। ଫଳରେ ପ୍ରତ୍ୟେକ ବର୍ଷ ଜମିରେ ରାସାୟନିକ ସାର ପରିମାଣ ବଢି ବଢି ଛାଲିଛି। ୨୦୦୦ରେ ରାଜ୍ୟରେ ପ୍ରତି ହେକ୍ଟରରେ ୨୦ରୁ ୨୫ କେଜି ସାର ବ୍ୟବହାର କରାଯାଉଥିବା ବେଳେ ୨୦୧୯ରେ ପ୍ରତି ହେକ୍ଟରରେ ୬୨ରୁ ୬୩ କିଲୋ ପ୍ରୟୋଗ କରାଯାଉଛି। କେନ୍ଦ୍ର ସରକାର ଚାଷୀଙ୍କୁ ସହାୟତା କରିବାକୁ ରିହାତି ଦରରେ ସାର ଯୋଗାଇ ଦେବା ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହାର ଫାଇଦା ଚାଷୀଙ୍କୁ ମିଳି ପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସିଧାସଳଖ ରିହାତି ଦେବାକୁ ଆଧାର ସଂଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ସାର ମାନ ନିୟନ୍ତ୍ରଣ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୨-୧୩ରେ ରାଜ୍ୟର ବିଭିନ୍ନ ଜିଲାରୁ ୧୧୫୪ ସାର ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୩୮ଟି ନମୁନା କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମାନର ନ ଥିଲା। ସେହିପରି ୨୦୧୩-୧୪ରେ ୬୯, ୨୦୧୪-୧୫ରେ ୧୧୩, ୨୦୧୫-୧୬ରେ ୧୮୧, ୨୦୧୬-୧୭ରେ ୧୬୩, ୨୦୧୭-୧୮ରେ ୨୨୨ ଏବଂ ୨୩୯ଟି ନମୁନା ନିର୍ଦ୍ଧାରିତ ମାନର ନ ଥିଲା। ବିଶେଷ କରି ଗଜପତି, ଭଦ୍ରକ, ଯାଜପୁର, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଆଦି ଜିଲାରେ ବହୁ ମାତ୍ରାରେ ନକଲି ସାର ବିକ୍ରି ହେଉଥିବା ପରୀକ୍ଷାରୁ ଜଣାପଡିଛି। ପ୍ରତ୍ୟେକ ବର୍ଷ ନକଲି ସାର ବିକ୍ରି ବୃଦ୍ଧି ପାଉଥିବା ଜଣାପଡିଛି। ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ସହିବାକୁ ପଡୁଛି। ସାର ଜାଲିଆତି ରୋକିବା ସହିତ ଡିଲର ପଏଣ୍ଟରୁ ଚାଷୀଙ୍କୁ ସାର ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁ ଡିଲର ପଏଣ୍ଟରେ ସାର ଗୁଣବତ୍ତା ଠିକ୍‌ ରହିବ ନାହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri