ସାରା ବିଶ୍ୱରେ କରୋନା ପ୍ରକୋପ: ଭାଇରାଲ ହେଉଛି ଶର୍ଟ ଫିଲ୍ମ

ମୁମ୍ବାଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଏଥିରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ଜୀବନ ଗଲାଣି। ଏଥିରୁ ରକ୍ଷା ପାଇବା ପାଇଁ ସାରା ବିଶ୍ବ ଯଥା ସମ୍ଭବ ଉଦ୍ୟମ ଚଳାଇଛି। ଏହି ଭାଇରସ୍‌ ଏତେ ଭୟଙ୍କର ଯେ ଏହା ଅତି ସହଜରେ ସଂକ୍ରମିତ ହୋଇଥାଏ। ଏଥିରୁ ନିସ୍ତାର ପାଇଁ ଏଯାଏଁ ବୈଜ୍ଞାନିକମାନେ କୌଣସି ଟିକା ବା ଭ୍ୟାକସିନ୍‌ ତିଆରି କରିପାରିନାହାଁନ୍ତି। ଇତିମଧ୍ୟରେ ଏକ ଶର୍ଟ ଫିଲ୍ମ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ହରର ଫିଲ୍ମରେ ଜଣେ ମହିଳା ଏକ ଅଜଣା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଦେଖାଯାଇଛି। ମାତ୍ର ୫ ମିନିଟ୍‌ର ଏହି ଶର୍ଟ ଫିଲ୍ମ ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଦେଇଛି। ସୂଚନାଯୋଗ୍ୟ, ଏହି ଫିଲ୍ମରେ ଦର୍ଶାଯାଇଛି ଯେ, ଜଣେ ମହିଳା ପବ୍ଲିକ୍‌ ୱାସ୍‌ ରୁମ୍‌ରେ ଥିବା ଏକ ଡଷ୍ଟବିନ୍‌ରେ ନିଜର ଫୋନ ଖୋଜୁଛନ୍ତି। ସେହି ସମୟରେ ଡଷ୍ଟବିନ୍‌ରେ ପଡ଼ିଥିବା ଏକ ସିରିଞ୍ଜ୍‌ର ଛୁଞ୍ଚି ତାଙ୍କ ହାତରେ ଅଜାଣତରେ ଫୋଡି ହୋଇଯାଇଥାଏ। ଛୁଞ୍ଚିଟି ଫୋଡିଯିବା ପରେ ସେ ଏକ ଅଜଣା ଭାଇରସ୍‌ରେ ସଂକ୍ରମିତ ହୋଇଯାଇଥାନ୍ତି। ଏହାପରେ ସେ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇ ଏଥିରୁ ବର୍ତ୍ତିବା ପାଇଁ ଉଦ୍ୟମ ଆରମ୍ଭ କରନ୍ତି। ଏସମ୍ବନ୍ଧୀୟ ବିଷୟରେ ଜାଣିବା ପାଇଁ ସେ ଫୋନ୍‌ରେ ସର୍ଚ୍ଚ କରିଥାନ୍ତି। ଏହା ଏକ ବିପଦଜ୍ଜନକ ଭାଇରସ୍‌ ଜାଣିବା ପରେ ଏହାସହ କିପରି ମୁକାବିଲା କରିବେ ସେନେଇ ଉଦ୍ୟମ କରନ୍ତି। ହେଲେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ତାଙ୍କର ଆହୁରି ସ୍ବାସ୍ଥ୍ୟ ବିଗଡିଯାଇଥିବା ଏହି ଫିଲ୍ମରେ ଦେଖିବାକୁ ମିଳିଛି। ଟ୍ରାୟୋଫୋବିଆ ନାମକ ଏହି ଫିଲ୍ମକୁ ୨ବର୍ଷ ପୂର୍ବରୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ କରାଯାଇଥିଲା। ହେଲେ କରୋନା ଭାଇରସ୍‌ ସଂକ୍ରମଣ ଓ ଏଥିରୁ ହେଉଥିବା କ୍ଷତିକୁ ଦେଖି ପୁଣି ଥରେ ଏହାକୁ ଅପ୍‌ଲୋଡ୍‌ କରାଯାଇଛି। ତେବେ ଏହି ଫିଲ୍ମକୁ ଏପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri