ସାରାଙ୍କୁ କେବେ ଉପଦେଶ ଦିଅନ୍ତି ନାହିଁ ଶୈଫ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ତଥା ନବାଗତା ନାୟିକା ସାରା ଅଲ୍ଲି ଖାଁ ଏବେ ଜଣେ ଚର୍ଚ୍ଚିତ ଚେହେରା। ପିତାଙ୍କଠାରୁ ଅଲଗା ହେବା ପରେ ଏବେ ସେ ମା’ ଅମ୍ରିତାଙ୍କ ନିକଟରେ ରହୁଛନ୍ତି। ହେଲେ ପିତା ତଥା ଛୋଟେ ନଓ୍ବାବ ଶୈଫ ଅଲ୍ଲି ଖାଁଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। କିନ୍ତୁ ଶୈଫ କେବେ ଝିଅ ସାରାଙ୍କୁ ଉପଦେଶ ଦିଅନ୍ତି ନାହିଁ ବୋଲି ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ସେ କହିଛନ୍ତି ସମସ୍ତଙ୍କର ନିଜର କିଛି ନା କିଛି ପସନ୍ଦ ରହିଛି। ତେଣୁ ସେ ସେହି ଅନୁଯାୟୀ ସିଦ୍ଧାନ୍ତ ନେବା ଭଲ। ସେଥିପାଇଁ ସେ ସାରାଙ୍କୁ କିଛି ଉପଦେଶ ଦିଅନ୍ତି ନାହିଁ ବୋଲି କହିଛନ୍ତି। ଫିଲ୍ମ ‘କେଦାରନାଥ’ରେ ସାରାଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିବା ବେଳେ ଆଗାମୀ ଦିନରେ ବି ସେ ଭଲ ଅଭିନୟ କରିବେ ବୋଲି ଶୈଫ ବିଶ୍ୱାସ ରଖିଥିବା ପ୍ରକାଶ କରିଛନ୍ତି।

Share