ସାମ୍ବାଦିକତାରେ ବିଚାରଶକ୍ତି ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୬।୨ – ସାମ୍ବାଦିକତା ବୃତ୍ତିରେ ସାଧାରଣ ବିଚାରଶକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ବହୁଳ ପ୍ରଚଳନ ଆହ୍ବାନ ପାଲଟିଛି। ତେଣୁ ସାମ୍ବାଦିକତା ବୃତ୍ତିଧାରୀଙ୍କ ଡିଜିଟାଲ ଭାଷା ଉପରେ ଦଖଲ ରହିବା ନିହାତି ଜରୁରୀ ବୋଲି କହିଛନ୍ତି ବିଜିନେସ୍‌ ଷ୍ଟାଣ୍ଡାର୍ଡର ବରିଷ୍ଠ ସାମ୍ବାଦିକ ଏସ୍‌ ସୁନ୍ଦର୍ଶନ। ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସିରେ ଶନିବାର ଆୟୋଜିତ ଅଲୁମୁନାଏ ମିଟ୍‌ରେ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ସେ ଛାତ୍ରୀଛାତ୍ରଙ୍କୁ ଏପରି ପରାମର୍ଶ ଦେଇଛନ୍ତି।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ କହିଲେ, ଶିକ୍ଷା ସମାପ୍ତ ପରେ ଶିକ୍ଷାର୍ଥୀମାନେ ଶିକ୍ଷାନୁଷ୍ଠାନ ସହ ଯୋଡ଼ି ରହିବା ଆବଶ୍ୟକ। ଏହାଦ୍ୱାରା ଉତ୍ତମ ସମ୍ପର୍କ ଗଢ଼ିହେବ। ଆୟୋଜକ ସମ୍ପାଦକ ରୀତେଶ ବର୍ମା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଏହି ଅବସରରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ସୋନାଲି ଓଝାଙ୍କୁ ସଂଯୁକ୍ତା-ସୌଦାମିନୀ ସ୍ମାରକୀ ଆଇଆଇଏମ୍‌ସିଏଏ ବୃତ୍ତି, ଆରତୀ ବେହେରାଙ୍କୁ ଆଇଆଇଏମ୍‌ସିଏଏ ଛାତ୍ରୀ ବୃତ୍ତି, ଇଂଲିଶ ସାମ୍ବାଦିକ ପାଠ୍ୟକ୍ରମ ଛାତ୍ରୀ ପ୍ରାଚୀ ରାଠିଙ୍କୁ ଏସ୍‌ଟିଏସ୍‌ ଥିରୁମାଲାଇନାଥନ୍‌ ପୋନାମାଲ ସ୍ମାରକୀ ଆଇଆଇଏମ୍‌ସିଏଏ ବୃତ୍ତି, ଛାତ୍ର ଅଭିଷେକ ଶର୍ମାଙ୍କୁ ମହାପେରୀୟାହୋ ସ୍ବାମୀ ଚନ୍ଦ୍ରଶେଖରେନ୍ଦ୍ର ସରସ୍ବତୀ ସ୍ମାରକୀ ଆଇଆଇଏମ୍‌ସିଏଏ ବୃତ୍ତି ପ୍ରଦାନ କରାଯାଇଥିଲା। ବୃତ୍ତି ବାବଦକୁ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କୁ ମାନପତ୍ର ସହ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଉନ୍ନୟନମୂଳକ ସାମ୍ବାଦିକତା କ୍ଷେତ୍ରରେ ସଂସ୍ଥାନର ୨୦୧୩-୧୪ ଶିକ୍ଷାବର୍ଷର ଛାତ୍ର କିଷାନ ବରାଇଙ୍କୁ ସ୍ବତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଛାତ୍ରୀ ପ୍ରାଚୀ ରାଠିଙ୍କୁ ପ୍ରଫେସର କେ.ଏମ୍‌. ଶ୍ରୀବାସ୍ତବ ସ୍ମାରକୀ ପୁରସ୍କାର, ଅନୁରାଧା ବାରିକଙ୍କୁ ପ୍ରଫେସର ଚିନ୍ତାମଣି ମହାପାତ୍ର ସ୍ମାରକୀ ପୁରସ୍କାର ଏବଂ ଅଙ୍କିତା ସାମଲଙ୍କୁ ପ୍ରଫେସର ବିବି ମହାନ୍ତି ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଛି। ସଙ୍ଗଠନର ଓଡ଼ିଶା ଚାପ୍ଟର ସଭାପତି ସଞ୍ଜୟ ସାହୁ ସ୍ବାଗତ ଭାଷଣ ଏବଂ ସହକାରୀ ପ୍ରଫେସର ସମ୍ବିତ୍‌ ପାଲ ଧନ୍ୟବାଦ ଦେଇଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବସ୍–କାର୍ ମୁହାଁମୁହିଁ ଧକ୍କା: କାର୍ ଚାଳକ ମୃତ, ୩ ଗୁରୁତର

ଢେଙ୍କାନାଳ, ୧୩।୭: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ–କପିଳାସ–ହରିପୁର ରାସ୍ତାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ କାର୍…

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri