Categories: ବାଣିଜ୍ୟ

ସାମ୍ନାକୁ ଆସୁଛି ଦୈନିକ ୧୮ ନିୟୁତ ମାଲ୍‌ଓ୍ବେର

ନୂଆଦିଲ୍ଲୀ,୩୦ ।୪: ଗତ କିଛି ସପ୍ତାହ ମଧ୍ୟରେ ଦୈନିକ ୧୮ ନିୟୁତ ମାଲ୍‌ଓ୍ବେର ସାମ୍ନାକୁ ଆସୁଥିବା ଜଣାପଡ଼ିିଛି। କୋଭିଡ୍‌-୧୯ ଆଳରେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବାକୁ ଏଭଳି ଷଡ଼ଯନ୍ତ୍ର କରୁଥିବା ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଗୁଗଲ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। କୋଭିଡ୍‌-୧୯ ସମ୍ପର୍କିତ ସିକ୍ୟୁରିଟି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଲାଗି ଗୁଗଲ ପକ୍ଷରୁ ଏକ ନୂଆ ଓ୍ବେବ୍‌ସାଇଟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବର୍ତ୍ତମାନ ଉକ୍ତ ଓ୍ବେବ୍‌ସାଇଟ ଇଂଲିଶ ଏବଂ ହିନ୍ଦୀରେ ଉପଲବ୍ଧ ରହିଛି। ଏହାକୁ ଅନ୍ୟ ଆଞ୍ଚଳିକ ଭାଷାରେ ଶୀଘ୍ର ଉପଲବ୍ଧ କରାଯିବ ବୋଲି ଗୁଗଲ ପକ୍ଷରୁ କୁହାଯାଇଛି।

Share