ସାମ୍ନାକୁ ଆସିଲା ସଲମାନଙ୍କ ଭାଣିଜୀ ଅୟାତଙ୍କ ପ୍ରଥମ ଫଟୋ

ମୁମ୍ବାଇ: ଭାଇ ଉଉଣୀଙ୍କ ଭଲପାଇବାର କାହାଣୀ ଅନେକ ଥର ଶୁଣିଥିବେ ଓ ଦେଖିଥିବେ ମଧ୍ୟ। କିନ୍ତୁ ବଲିଉଡ୍‌ର ଭାଇଜାନ କୁହାଯାଉଥିବା ସଲମାନ ଖାଁ ଓ ଭଉଣୀ ଅର୍ପିତାଙ୍କ ଭଲପାଇବା ସମସ୍ତଙ୍କ ପାଇଁ ଏବେ ଏକ ଉଦାହରଣ ସୃଷ୍ଟି କରିଛି। ଭାଇ ସଲମାନଙ୍କୁ ୫୪ତମ ଜନ୍ମଦିନ ଅବସରରେ ଅର୍ପିତା ତାଙ୍କୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି। ଅର୍ଥାତ୍‌ ସଲମାନ ପୁଣି ଥରେ ମାମୁଁ ହୋଇଛନ୍ତି। ସୂଚନାଯୋଗ୍ୟ, ଡିସେମ୍ବର ୨୭ରେ ଅର୍ପିତା ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ସୋମବାର ସଲମାନଙ୍କ ଭାଣିଜୀ ଅୟାତଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ପ୍ରଥମ ଥର ଆୟୁଷ ଝିଅର ଫଟୋ ଶେୟାର କରିଥିବା ବେଳେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅର୍ପିତା ଓ ଆୟୁଷ ଶର୍ମା ଦ୍ୱିତୀୟ ଥର ମା’ ଓ ବାପା ହୋଇଛନ୍ତି। ଏହା ପୂର୍ବରୁ ଦୁଇଜଣଙ୍କର ଆହିଲ ନାମକ ପୁତ୍ର ସନ୍ତାନ ରହିଛନ୍ତି। ଆହିଲ ଜନ୍ମ ହେବା ପରଠାରୁ ପ୍ରତିବର୍ଷ ସଲମାନଙ୍କ ଜନ୍ମଦିନରେ ସେ ତାଙ୍କ ସହ କେକ୍‌ କାଟିଥାନ୍ତି।

Share